ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମ୍ୟାଲେରିଆ ଓ ଡେଙ୍ଗୁ ସଚେତନ କାର୍ଯ୍ୟକ୍ରମ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ପଂଚାୟତରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମେଲେରିଆ ଓ ଡେଙ୍ଗୁ ପାଇଁ ମଙ୍ଗଳବାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଘରର ଚତୁଃପାଶ୍ୱର୍ ସଫା ରଖିବା ,ଅଧିକାଂଶ ଦିନ ପାଣି ଜମି ରହିବାକୁ ଦେବା ନାହିଁ । ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ମଶାରୀ ଟାଙ୍ଗି ଶୋଇବାକୁ ସ୍ୱାସ୍ଥ୍ୟ ଅଧିକାରୀମାନେ ପରାମର୍ଶ ଦେଇଥିଲେ । ପରେ ମଶାରୀ ବୁଡା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏମ.ପି.ଏଚ.ଡବ୍ଲୁ ଶ୍ରୀରାମ ଚନ୍ଦ୍ର ଦାସ, ଆଶାକର୍ମୀ ମମତା ମଲ୍ଲିକ୍, ବଛାଳୋ ବିଜୁ ଯୁବବାହିନୀର ସଭାପତି ଚନ୍ଦନ କୁମାର ଲେଙ୍କା,ସରପଂଚ ନରୋତମ କାଣ୍ଡି ଆଦି ଯୋଗ ଦେଇଥିଲେ ।