ଜୁଆଆଡ୍ଡାରେ ଚଢ଼ାଉ; ସାତ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ ୧୫,୨୨୦ ଟଙ୍କା, ଦୁଇ ମୋବାଇଲ୍ ଓ ତାସ୍ ଜବତ
ଗାଙ୍ଗପୁର , (ସନ୍ତୋଷ ବିଷୋୟୀ): ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ଗାଙ୍ଗପୁର ପୋଲିସ୍ ସାତ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୧୫,୨୨୦ ଟଙ୍କା, ଦୁଇଟି ମୋବାଇଲ୍ ଫୋନ୍ ଓ ତାସ୍ ଜବତ କରିଛି I ସୂଚନା ପ୍ରକାରେ ସୋମବାର ରାତିରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ରାତି ଦଶ ଘଣ୍ଟା ସମୟରେ ଏହି ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ଜୁଆଡିମାନଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ନଗଦ ଟଙ୍କା, ମୋବାଇଲ୍ ଓ ତାସ୍ ଜବତ କରିଥିଲା I ସମସ୍ତ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଓପିଜି ଆକ୍ଟ ବଳରେ କେସ୍ ନମ୍ବର୍ ୩୬୦/୨୦ ରେ ଏକ ମାମଲା ରୁଜୁ କରି ଆଜି ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି I ଆଗାମୀ ଦିନରେ ଗାଙ୍ଗପୁର ଅଞ୍ଚଳକୁ ସମ୍ପୂର୍ଣ୍ଣ ଜୁଆ ମୁକ୍ତ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ୍ ପ୍ରକାଶ କରିଛନ୍ତି I


