ଚୋରା କାଠ  ଜବତ ମାମଲା ; ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ  ପାଳଝାଡି ଗ୍ରାମର କୈଳାସ ନାୟକ ବେଆଇନ ଭାବେ ଜଙ୍ଗଲରୁ ଶାଳ କାଠ କାଟି ତାଙ୍କ ସାଇକେଲ ରେ ନେଉଥିବା ବେଳେ ବନକର୍ମଚାରୀ ଙ୍କ ହାତରେ ଧରାପଡ଼ିଛନ୍ତି।  ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ସୁବାସ ଚନ୍ଦ୍ର ବେହେରା ଅଭିଯୁକ୍ତ କୈଳାସ ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛନ୍ତି।ବନବିଭାଗ ମାମଲା ନଂ.୧୧୦/୨୦-୨୧ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।ସୋମବାର ସନ୍ଧ୍ୟାରେ ଭିଷ୍ମଗିରି ବନପାଳ ଦେବରାଜ ଜେନା,ବନରକ୍ଷୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଅଭିରାମ କାର୍ଯି ସଦଳବଳ ଲଖାରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ଯାଉଥିବା ବେଳେ ଜୁଆଣପଲ୍ଲୀ ଗାଁ  ନିକଟ କେନାଲ ରାସ୍ତା ରେ ଶାଳକାଠ ବୋଝେଇ ସାଇକେଲ ସହ କୈଳାସ ଧରାପଡିଥିଲେ। ବନକର୍ମଚାରୀ ମାନେ ତାଙ୍କୁ ଅଟକାଇ କାଠ ବୋଝେଇ ସାଇକେଲ ସହ ଏକ ଲୁହା ଟାଙ୍ଗିଆ, ରସି ତାଙ୍କ ନିକଟରୁ ଜବତ କରି ପୋଡ଼ାମାରି ଗ୍ରାମ ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟକୁ ନେଇ ଆସିଥିଲେ। ଏନେଇ ବନରକ୍ଷୀ ଅଭିରାମ କାର୍ଜୀ ଙ୍କ ଏତଲାକୁ ଭିତ୍ତି କରି ରେଞ୍ଜର ମକଦ୍ଦମା ରୁଜୁ କରିଥିଲେ। ରାତି ହୋଇଯିବାରୁ ଅଭିଯୁକ୍ତ   କୈଳାସଙ୍କୁ ରେଞ୍ଜ କାର୍ଯ୍ୟାଳୟ ରେ ଅଟକ ରଖାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ