ବାଘୁଆ ଜଳଭଣ୍ଡାରରୁ ରବି ଫସଲ ପାଇଁ ୫ ଟି ପର୍ଯ୍ୟାୟରେ ପାଣି ଛଡ଼ାଯିବ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ରବି ଫସଲ ପାଇଁ ଜାନୁଆରୀ ୧୦ ତାରିଖ ଠାରୁ ୫ ଟି ପର୍ଯ୍ୟାୟରେ ୫ ଦିନ ଲେଖାଏଁ ୨୦ କିଲୋମିଟର ପର୍ଯ୍ୟନ୍ତ ଚାଷ ଜମିରେ ଜଳସେଚନ ପାଇଁ କେନାଲରେ ପାଣି ଛାଡିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ବୁଗୁଡା ଜଳସେଚନ ଉପ-ପ୍ରଭାଗ ବିଭାଗର ମିଳିତ ବୈଠକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୧୪ ତାରିଖ ଦିନ ବୁଗୁଡା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ବୈଠକର ସଭାପତି ଶ୍ରୀ ସାହୁ ପ୍ରଥମେ ସଭାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ସହକାରୀ ଯନ୍ତ୍ରୀ କେଶବ ଖଟେଇ ବାଘୁଆ ଜଳଭଣ୍ଡାରର ଜଳପତନ ୧୧୧.୬୬ ମି. ଥିବା ବେଳେ ୧୪୯୮ ହେକ୍ଟମିଟର ଜଳ ଗଚ୍ଛିତ ଥିବା ପ୍ରକାଶ କରିଥିଲେ। ଆଲୋଚନା ପରେ ଆସନ୍ତା ରବି ୠତୁ ଫସଲ ପାଇଁ ଷ୍ଟେଜ-୧ ଓ ଷ୍ଟେଜ-୨ ର ୨୦ କିଲୋମିଟର ଜମିକୁ ୫ ଟି ପର୍ଯ୍ୟାୟରେ ୫ ଦିନ ଲେଖାଁଏ କେନାଲରେ ପାଣି ଛାଡିବାକୁ ନିଷ୍ପତ୍ତି ନିଆଗଲା। ପ୍ରଥମ ପର୍ଯ୍ୟାୟରେ ୧୦-୦୧-୨୧ ତାରିଖ ଠାରୁ ୧୬-୦୧-୨୧ ପର୍ଯ୍ୟନ୍ତ ରବି ଫସଲ ପାଇଁ କେନାଲରେ ପାଣି ଛଡ଼ାଯିବା ବେଳେ ୨ୟ ପର୍ଯ୍ୟାୟରେ ଫେବୃଆରୀ ୦୩ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ, ୩ୟ ପର୍ଯ୍ୟାୟ ଫେବୃଆରୀ ୨୭ ଠାରୁ ମାର୍ଚ୍ଚ ୦୩ ତାରିଖ ପର୍ଯ୍ୟନ୍ତ, ୪ର୍ଥ ପର୍ଯ୍ୟାୟରେ ମାର୍ଚ୍ଚ ୨୮ ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ଏବଂ ୫ମ ପର୍ଯ୍ୟାୟରେ ଏପ୍ରିଲ ୨୭ ତାରିଖ ଠାରୁ ମଇ ୦୧ ତାରିଖ ପର୍ଯ୍ୟନ୍ତ କେନାଲରେ ପାଣି ଛଡ଼ାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ