ସାନଖେମୁଣ୍ଡି ରେ ଖୋଲିଲା ଧାନ ମଣ୍ଡି
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ରାଜ୍ୟ ରେ ଚଳିତ ୨୦୨୦-୨୧ ବର୍ଷ ଧାନ କ୍ରୟ କେନ୍ଦ୍ର ବା ଧାନ ମଣ୍ଡି ବୁଧବାର ସାନଖେମୁଣ୍ଡି ରେ ଶୁଭାରମ୍ଭ ହୋଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଶାଖା ପରିଚାଳକ ନିରଞ୍ଜନ ପୃଷ୍ଟି ଶୁଭାରମ୍ଭ କରିଥିଲେ ।ସମବାୟ ସମିତି ସେକ୍ରେଟାରୀ ଅଚୁତାନନ୍ଦ ଦାସ, ସଭାପତି,ଯୋଗାଣ ନିରକ୍ଷାକ ବିଶ୍ୱଜିତ ସେଠୀ ରାଜସ୍ୱ ନିରୀକ୍ଷକ ସମେତ ସରପଂଚ ପ୍ରତିନିଧି ଏବଂ ଅନେକ ଚାଷୀ ଭାଗ ନେଇ ଶୁଭାରମ୍ଭ ହୋଇଛି । ସାନଖେମୁଣ୍ଡି ବ୍ଲକ ର ୧୮ ଗୋଟି ସମବାୟ ସମିତି ମାଧ୍ୟମରେ ୧,୯୩,୦୦୦ କୁଇଣ୍ଟାଲ ଧାନ ସଂଗ୍ରହ ଧାର୍ଯ୍ୟ ଥିବା ବେଳେ ୭୪୦୦ ଚାଷୀ ପଞ୍ଜିକୃତ ଥିବା ଜଣାପଡିଛି। ୧୮ ଟି ଧାନ କ୍ରୟ କେନ୍ଦ୍ର ମଧ୍ୟ ଶୁଭାରମ୍ଭ ହୋଇଯାଇଛି । ୨୦୧୯-୨୦ ରେ ୧୮୧୫ ଟଙ୍କା ଥିବାବେଳେ ଚଳିତବର୍ଷ କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ଧାଯ୍ୟ ରଖାଯାଇଛି । ଦୟାନିଧିପୂର ସମବାୟ ସମିତି ଅରକ୍ଷିତ ପାତ୍ର ଙ୍କ ଠାରୁ ୫୦ କୁଇଣ୍ଟାଲ ସେହିଭଳି ଖାଲିଙ୍ଗୀ ,ଭୁଡୁକି,ନରସିଂଗଡ,ପୋଡାମାରୀ,ମୌଲାଭଣଜା,ଅଡ଼ପଡା,ସହସପୁର, ପଟିଗୁଡା ସମେତ ୧୮ ଟି ଗ୍ରାମରେ ଧାନମଣ୍ଡି ଖୋଲାଯାଇଥିବା ଦେଖିବାକୁ ମିଳିଛି।ଏ ନେଇ ସଖା ପରିଚାଳକ ନିରଞ୍ଜନ ପୃଷ୍ଟୀ କହିଛନ୍ତି ଟୋକେନ ମାଧ୍ୟମ ରେ ଚାଷୀ ଙ୍କ ଠାରୁ ଧାନ କ୍ରୟ କରାଯାଉଛି ଓ ଧାନର ପ୍ରାପ୍ୟ ସିଧାସଳଖ ଚାଷୀଙ୍କ ଖାତା କୁ ଯିବ ବୋଲି ସୂଚନା ଦେଇଛନ୍ତି ।


