ଉପ କାରାଗାରରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଛତ୍ରପୁର, (ଓ୍ବାଇଏନଏସ):ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଉପ କାରାଗାର (ଜେଲ) ଠାରେ ଆଜି ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଏବଂ  ହିନ୍ଦୁସ୍ତାନ ଫେମିଲି ପ୍ଲାନିଙ୍ଗ ପ୍ରମୋଶନ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସମସ୍ତ ଅନ୍ତେବାସୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଯଥା ଯକ୍ଷ୍ମା,ଏଚ.ଇ.ଭି, ହେପାଟାଇିସ୍ ବି ଓ ସି , ଭି.ଡି.ଆର.ଏଲ୍, ସହିତ ସହେ ରୁ ଉର୍ଦ୍ଧ ଙ୍କର ମାଗଣା ଏକ୍ସରେ  କରାଯାଇଥିଲା  । ଛତ୍ରପୁର ଉପ କାରାଗାର ର ଅଧିକ୍ଷିକ ପ୍ରସନ୍ନ କୁମାର ସାହୁ ଙ୍କ ତତ୍ୱାବଧାନରେ ସମସ୍ତ ମେଡିକାଲ ଟିମ୍ ଯଥା  ପରାମର୍ଶଦାତା ସାନୁଜ କୁମାର ପଟ୍ଟନାୟକ, ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ, ଜିଲ୍ଲା ସହାୟକ ପ୍ରଦୀପ କୁମାର ପଟ୍ଟନାୟକ,ଏଲ୍ ଟି ପଦ୍ମନାଭ ଗନ୍ତାୟତ, ଶୁଭମ୍ ନାୟକ, ପ୍ରଦିପ କୁମାର ଓଁକାର, ଏମ୍.ଆର୍.ଏ ବାସୁଦେବ ଗୌଡ଼,ଜେଲ ଫାର୍ମାସିଷ୍ଟ ଦିବ୍ୟ ପଣ୍ଡା ,ଟିବି ଚମ୍ପିୟାନ ମୁନା ବେହେରା,ସ୍ୱେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀ ଉପସ୍ଥିତ ରହି ଏହି ଶିବିର ସହେଯାଗ କରିଥିଲେ ।।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ