ଗାନ୍ଧୀ ଜୟନ୍ତି ଅବସରରେ, ଜୋରିମାନା ଜାରି ଓ ପ୍ଲାଷ୍ଟିକ୍ ବର୍ଜନ ନେଇ ସଚେତନତା

ଦିଗପହଣ୍ଡି,( ଯୁଗାବ୍ଦ ନ୍ୟୁଜ  )ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ମହାଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଜନସଚେତନତା ଶୋଭା ଯାତ୍ରା ସହ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କ ପକ୍ଷରୁ ସହର ସଫେଇ ସହିତ ଜନସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ପ୍ଲାଷ୍ଟିକ ଏବଂ ପଲିଥିନ୍ ସାମଗ୍ରୀ ବ୍ୟବହାର ଅନିବାର୍ଜ୍ୟ ବୋଲି ସଚେତନତାର ବାର୍ତ୍ତା ଲୋକଙ୍କୁ ପହଞ୍ଚାଇଦିଆଯାଇଥିଲା । ପରିବବେଶ ସନ୍ତୁଳିତ ନେଇ ସରକାର ଜନସଚେତନତା ସୃଷ୍ଟି ନେଇ ଯେଉଁ ଆଭିମୂଖ୍ୟ ରଖିଛନ୍ତି ତାହାକୁ ଶତ ପ୍ରତିଶିତ ଫଳପ୍ରଦ କରିବାକୁ ହେଲେ ସାମୁହିକ ସହେଯାଗ ଏବଂ ସମନ୍ନୟ ରକ୍ଷା କରିବାର ଆବଶ୍ୟକ ବୋଲି କୁହାଯାଇଥିଲା । ବୁଧବାର ସକାଳେ ବଜାର ସାହି ଗାନ୍ଧୀ ଛକ ଠାରେ ଏନଏସି କରମଚାରୀ ଏବଂ ବୁଦ୍ଧିଜିବୀ ମାନେ ସମବେତ ହୋଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ପ୍ରଦାନ କରିଥିଲେ । ପରେ ଗାନ୍ଧୀଙ୍କ ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗା ସ୍ୱଚ୍ଛତାହିଁ ସେବା ଅଭିଯାନ ସମ୍ପର୍କରେ ଉଦ୍ବୋଧନ ଦିଆଯାଇଥିଲା । ବିଡିଓ ହଳଧର ଶବର, ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜୁର୍, ଏନଏସି କାର‌୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ପୂର୍ବତନ ନଗରପାଳ ସୁନୀତା ସେଠୀ, ଉପନଗରପାଳ ପ୍ରଦୀପ୍ତ ପଟ୍ଟନାୟକ, ଉଦୟନାଥ ସ୍ୱାଇଁ, ପ୍ରମୋଦ ପାଣିଗ୍ରାହୀ, କୁରେଶୁ ମହାରଣା,ହରିକୃଷ୍ଣ ପଣ୍ଡା ପ୍ରମୁଖ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଦେଇଥିଲେ । ପରେ ଏନଏସି ପକ୍ଷରୁ ପ୍ରଦତ୍ତ ନୀଳ ଏବଂ ସବୁଜ ଡଷ୍ଟିବିନ୍ ରେ ପୃଥକ ପୃଥକ ଭାବେ ଶୁଖିଲା ଏବଂ ଓଦା ବର୍ଜ୍ୟ ବସ୍ତୁ ଅଲଗା ରଖି ସେଗୁଡିକର ସଠିକ୍ ବ୍ୟବହାର କରିବା ନେଇ ଜନସଚେତନତା ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାରେ ଏନଏସି କର୍ତ୍ତୃପକ୍ଷ କର୍ମଚାରୀ ପ୍ରଶାସନିକ ଅଧିକାରୀ ଜନପ୍ରତିନିଧି ଓ ବୁଦ୍ଧିଜିବୀ ମାନେ ସମୂହ ଭାବେ ଝାଡୁ ଧରି ସଫେଇ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଗାନ୍ଧୀ ଜୟନ୍ତୀ ପରଠାରୁ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର କରିବା ଏବଂ ଘର କିମ୍ବା ବ୍ୟବସାୟିକ ଅନୁଷ୍ଠାନ ସମ୍ମୁଖରେ ଅଳିଆ ଅବର୍ଜନା ରହିଲେ ତଦନୁଯାୟୀ କାର‌୍ୟ୍ୟାନୁଷ୍ଠାନ ଏବଂ ଜରିମାନା ସମ୍ପର୍କରେ ଲୋକଙ୍କୁ ଜନସଚେତନତା ସୃଷ୍ଟି କରାଯାଇଥିଲା । ପରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଏକ ସାଧାରଣ ସବା ଅନୁଷ୍ଠିତ ହୋଇଥିଲା । ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । ସମସ୍ତ କାର‌୍ୟ୍ୟକ୍ରମକୁ ଏନଏସି କର୍ତ୍ତୃପକ୍ଷ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ