ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଓ ଜିନିଷପତ୍ର ନଷ୍ଟ
ଭଞ୍ଜନଗର,( ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ର ଭେଜିପୁଟ କାବେରା ସାହିରେ ଆଜି ମଧ୍ୟାହ୍ନ ସମୟରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ପୋଡିଯିବା ସହ ଘରର ସମସ୍ତ ଜିନିଷପତ୍ର ମଧ୍ୟ ପଡିହୋଇଯାଇଛି l ମିଳିଥିବା ସୂଚନା ମୁତାବକ ରବି ନାୟକ ଓ ତାଙ୍କ ମା ମାତିଆଣୀ ନାୟକ ନିକଟ ବାଇପାସ ରୋଡ଼ ରେ ଥିବା ବଡରାଉଳ ମନ୍ଦିର କୁ ପୂଜା କରିବାକୁ ଯାଇଥିବାବେଳେ କୌଣସି କାରଣରୁ ତାଙ୍କ ଘରେ ନିଆଁ ଲାଗିଯାଇଥିଲା l ଚାଁହୁ ଚାଁହୁ ନିଆଁ ସମଗ୍ର ଘରକୁ ଆୟତ୍ତ କରିଦେଇଥିଲା l ପୁତୁରା ଆଶିଷ ଙ୍କ ଠାରୁ ଏହି ଖବର ପାଇବା ପରେ ସଙ୍ଗେ ସଙ୍ଗେ ମା ଓ ପୁଅ ଘରକୁ ଆସି ଦେଖିଲା ବେଳକୁ ଘରେ ଥିବା ସମସ୍ତ ଲୁଗାପଟା, ବାସନ କୁସନ, ଅନ୍ୟାନ୍ୟ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିଲା l ଏହି ଖବର ପାଇ ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳ ରେ ପହଞ୍ଚି ନିଆଁ ଲିଭାଇଥିଲା l ତେବେ ଏହି ଘଟଣା ରେ ୫୦ ହଜାର ରୁ ଉର୍ଦ୍ଧ ଟଙ୍କା ର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଥିବାର ଅନୁମାନ କରାଯାଉଛି l ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା ତାର କୌଣସି ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ପ୍ରଶାସନ ପକ୍ଷ ରୁ କ୍ଷୟକ୍ଷତି ର ଆକଳନ କରାଯାଇ ଆବଶ୍ୟକ ସରକାରୀ ସହାୟତା ପ୍ରଦାନ କରିବା କୁ ସାଧାରଣରେ ଦାବି ହୋଇଛି l


