ସାମାଜିକ ସଂଗଠନ ଦ୍ୱାରା ଶୀତବସ୍ତ୍ର ବଣ୍ଟନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ସୈ।ଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭଞ୍ଜନଗର ର ବିଭିନ୍ନ ସ୍ଥାନରେ ଥିବା ଅସହାୟ ଗରିବ ଲୋକଙ୍କୁ ଶୀତ ରୁ ରକ୍ଷା ପାଇବା ପାଇଁ କମ୍ବଳ, ବେଡସିଡ ଆଦି ବିଳମ୍ବିତ ରାତିରେ ଅନୁଷ୍ଠାନର ସଦସ୍ୟ ମାନଙ୍କ ଦ୍ୱାରା ବୁଲି ବୁଲି ଚିହ୍ନଟ କରି ବଣ୍ଟନ କରାଯାଇଥିଲା । ଭଞ୍ଜନଗର ତଥା ଏହାର ଆଖପାଖ ଅଞ୍ଚଳର ଶତାଧିକ ଗରିବ ଙ୍କ ମଧ୍ୟରେ ବିତରଣ କରାଯାଇଥିଲା । ସଭାପତି ଗୋପାଳ କୃଷ୍ଣ ପ୍ରଧାନ, ଉପସଭାପତି ଶମ୍ଭୁନାଥ ସ୍ୱାଇଁ , ସାଧାରଣ ସଂପାଦକ ଭିକାରୀ ସାହୁ, ଙ୍କ ସମେତ ପ୍ରଫୁଲ୍ଲ ନାଇକ, ନାରାୟଣ ସ୍ୱାଇଁ ଙ୍କ ସହିତ ଅନେକ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।


