ନକଲି ପୋଲିସ ପରିଚୟ ଦେଇ ଲୁଟ୍ ଘଟଣାରେ ୧ ଗିରଫ
ଗୋଷାଣି ନୂଆ ଗାଁ ପୋଲିସକୁ ମିଳିଛି ସଫଳତା । ଗତ କିଛି ମାସ ଧରି ନକଲି ପୋଲିସର ପରିଚୟ ଦେଇ ରାଜ୍ୟର ବିଭିନ୍ନ ସ୍ଥାନ ତଥା ଓଡିଶା,ମୟୂରଭଞ୍ଜ, ବାଲେଶ୍ୱର ,ଭଦ୍ରକ ,ଯାଜପୁର ,କଟକ ,ଭୂବନେଶ୍ୱର ଆଦି ସ୍ଥାନରୁ ନକଲି ପୋଲିସର ପରିଚୟ ଦେଇ ମହିଳା ମାନଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରିବାରେ ଲୁଟେରା ମାନେ ସଫଳ ହୋଇଥିବା ବେଳେ ପୋଲିସ ତରଫରୁ କିଛି ମାସ ହେଲା ଲୋକମାନଙ୍କୁ ସଚେତନ କରିବା ସହ ଲୁଟେରା ମାନଙ୍କୁ କାବୁ କରିବା ନିମନ୍ତେ ପୋଲିସ ତରଫରୁ ଚଢାଉ କରାଯାଉଥିଲା କିନ୍ତୁ ପୋଲିସକୁ କୈାଣସି ଲୁଟେରାଙ୍କୁ କାବୁ କରିବାରେ ବିଫଳ ହୋଇଥିବା ବେଳେ ଲୁଟେରା ମାନେ ଦିନ ଦ୍ୱିପହରରେ ନକଲି ପୋଲିସ ଓ ସିବିଆଇ ର ପରିଚୟ ଦେଇ ଲୁଟ୍ କରୁଥିବାରୁ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ଥିଲା । କିନ୍ତୁ ଗୋଷାଣି ନୂଆଗାଁ ପୋଲିସ ବୁଧବାର ଜଣେ ଲୁଟେରା ଗ୍ୟାଙ୍ଗର ଜଣେ ଲୁଟେରାକୁ ଗିରଫ କରିଛି । ଗିରଫ ଲୁଟେରାର ପରିଚୟ ସିକାନ୍ଦର ଅଲ୍ଲି ( ୩୮) ବୋଲି ଜଣାପଡିଛି । ଲୁଟେରା ଅଭିଯୁକ୍ତ ଠାରୁ ଗୋଟିଏ କଳା ବ୍ୟାଗ ସହ ଛୁରୀ ,ପ୍ଲାଷ୍ଟିକ ଚୁଡି , ଏବଂ ଗୁଡି ,ସହ ଭୋଟର ଆଇଡି କାର୍ଡ ଜବତ କରାଯାଇଛି । ପୋଲିସ ଲୁଟେରା ଜଣଙ୍କୁ ଗିରଫ କରିଥିବା ବେଳେ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯିବା ସହ ଲୁଟେରା ଗ୍ୟାଙ୍ଗ କୁ କାବୁ କରିବା ନିମନ୍ତେ ପୋଲିସ ଅଧିକ ତଦନ୍ତ ଚଳାଇଛି ।


