ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଆତର୍କିତ ଚଢାଉ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ମୋହନା ସହରରେ ବୁଧବାର ଦିନ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଆତର୍କିତ ଚଢାଉ ହୋଇଥିଲା । କିଛି ଦୋକାନ ଭୟରେ ବନ୍ଦ କରିଦେଇଥିଲେ କିନ୍ତୁ ଖାଦ୍ୟ ସୁରକ୍ଷା ଟିମ୍ ଦୋକାନୀ ମାନଙ୍କୁ ସଚେତନ କରାଇଥିଲେ । ସେହିପରି ଅନେକ ଦୋକାନରୁ ଜରିମାନା ଆଦାୟ କରାଯାଇ ସେମାନଙ୍କୁ ରସିଦ ପ୍ରଦାନ କରାଯାଇଥିଲା । ସେଠାରେ ଚଢାଉ କରାଯାଇ ମୋଟ ୩୭ହଜାର ଟଙ୍କା ଜରିମାନା ଭାବେ ଆଦାୟ ହୋଇଥିଲା । ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମୁବାରକ ଅଲ୍ଲୀଙ୍କ ତତ୍ୱାବଧାନରେ ବିଭାଗୀୟ କର୍ମଚାରୀମାନେ ଚଢାଉ କରିଥିଲେ । ଆଗାମୀ ଦିନରେ ଏହିପରି ଚଢାଉ ବିଭିନ୍ନ ସ୍ଥାନରେ ଜାରୀ ରହିବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ