ଆମାଜୋନ୍ ପ୍ରାଇମରେ ଓଡ଼ଆ ଫିଲ୍ମ

ଆମାଜାନ ପ୍ରାଇମ୍ରେ ଓଡ଼ିଆ ଫିଚର ଫିଲ୍ମ । ପ୍ରଥମ ଓଡ଼ିଆ ଫିଚର ଫିଲ୍ମ ଭାବେ “କ୍ୟାପିଟାଲ୍ ଆଇ’ ଆମାଜାନ ପ୍ରାଇମ୍ରେ ସ୍ଥାନ ପାଇଛି । ୮୫ ମିନିଟ୍ ଅବଧିର ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅମତ୍ର୍ତ୍ୟ ଭଟ୍ଟାଚାର୍ଯ୍ୟ ।
ସ୍ୱସ୍ତିକ ଆର୍ଟହାଉସ୍ ଏବଂ ସୁଶାନ୍ତ ମିଶ୍ର ନିବେଦିତ ଏବଂ ସ୍ୱସ୍ତିକ ଚୌଧୁରୀ ପ୍ରଯୋଜିତ ଏହି ସିନେମା ପାଇଁ ଏହା ଏକ ବଡ ସଫଳତା ପାଲଟିଯାଇଛି ।ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ କହିବା ଅନୁଯାୟୀ, ସମାଜ ବଦଳୁଛି, ସମୟ ଆସିଛି ଏବେ ବିଶ୍ୱ ବଜାରରେ ଆମକୁ ଆମ ଆମର ସ୍ଥାନ ଖାଜିବାକୁ ହେବ ଏବଂ ନିଜକୁ ସେଠାରେ ପ୍ରତିଷ୍ଠା କରିବାକୁ ହେବ?
ନିଜ କଳ୍ପନାକୁ ଭିନ୍ନ ରୂପ ଦେଇ ଓଡ଼ିଶା ଫିଲ୍ମ ଜଗତକୁ ଆଗେଇ ନେବାକୁ ପଡ଼ିବ ।
ଖୁସି ଲାଗୁଛି ଯେ ଆମର ଏହି ଫିଲ୍ମ ଆମାଜାନ ପ୍ରାଇମ୍ରେ ସାମିଲ୍ ହୋଇଛି । ଏବେ ଆମେରିକା ଓ ଇଂଲଣ୍ଡରେ ଦର୍ଶକ ଓଡ଼ିଆ ଫିଲ୍ମ ଦେଖିବାକୁ ପାଇବେ । ଆଠୁ ଆଉ ଖୁସିର କଥା କ’ଣ ହାଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ