ଛତ୍ରପୁର ଠାରେ ଗ୍ରାହକ ବିଚାରପୀଠ ବେଞ୍ଚ୍ ପ୍ରତିଷ୍ଠା ଲାଗି ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଛତ୍ରପୁର,(ଦେବଦତ୍ତ ମହାରଣା) : ବିଭିନ୍ନ ସମୟରେ ଛତ୍ରପୁର ଏବଂ ଏହାର ଆଖାପାଖ ଅଞ୍ଚଳର ଗ୍ରାହକମାନେ ଠକାମୀର ଶିକାର ହୋଇ ନ୍ୟାୟ ପାଇବା ଲାଗି ସମସ୍ୟା ସମ୍ମୁଖୀନ ହେବାକୁ ପଡୁଛି । ଗ୍ରାହକ ବିଚାରପୀଠ ଛତ୍ରପୁର ଠାରେ ନଥିବା ଯୋଗୁଁ ଗ୍ରାହକମାନେ ଶୋଷଣ ହେଉଥିଲେ ମଧ୍ୟ ଏଠାରେ ବିଚାରପୀଠ ନଥିବାରୁ ନୀରବ ହୋଇ ରହିବାକୁ ପଡୁଛି । ଏଣୁ ଛତ୍ରପୁର ଠାରେ ତୁରନ୍ତ ଗ୍ରାହକ ବିଚାରପୀଠ ବେଞ୍ଚ୍ ପ୍ରତିଷ୍ଠା ଲାଗି ଛତ୍ରପୁର ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସଂପାଦକ ଏଲ୍‌.ଗୋପାଲ ରାଓ, ଉପସଭାପତି ଡମିନାଥ ସାହୁ ପ୍ରମୁଖ ଆଜି ଜିଲ୍ଲାପାଳଙ୍କୁ ସାକ୍ଷତ କର ଉପରୋକ୍ତ ବିଷୟରେ ଆଲୋଚନା କରିଥିଲେ । ଏଥିସହ ବହୁ ସଂଖ୍ୟାରେ ପ୍ରି-ସେଟଲମେଣ୍ଟ ମାମଲା ଗୁଡିକ ଫଇସଲା ନ ହୋଇ ଯୁଗ୍ମ ସଚିବ ସେଟଲମେଣ୍ଟ ବ୍ରହ୍ମପୁର ଠାରେ ପଡିରହିଛି । ଏଣୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହାର କ୍ଷମତା ହସ୍ତାନ୍ତର କରି ମାମଲା ଗୁଡିକର ତ୍ୱରିତ ବିଚାର କରି ଲୋକଙ୍କୁ ନ୍ୟାୟ ପ୍ରଦାନ ଦିଗରେ ସୁବିଧା ହୋଇପାରିବ ବୋଲି ସଂଘର ସଦସ୍ୟମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ