କଲ୍ୟାଣସିଂହପୁରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

କଲ୍ୟାଣସିଂହପୁର ( ଏଙ୍କଟେଶ୍ୱର ପାଢ଼ୀ ): ବର୍ଷା ଋତୁ ଆସିବା ବହୁ ପୂର୍ବରୁ ରାସ୍ତା,ନଦିଘାଟ, ଡ୍ରେନ ମରାମତି, ନାଳ ସଫେଇ, ପରିମଳ ବ୍ୟବସ୍ତା ସୁଦୃଢ କରିବା ପଞ୍ଚାୟତର ପ୍ରଥମ ଦାୟିତ୍ୱ ହୋଇଥିବା ଏହା ଏଠି ଦାୟିତ୍ୱ ଭୁଲି ଯାଇଥିବା ଦୃଶ୍ୟ ମାନରୁ ଜଣା ପଡିଛି।ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ସଦର  ମହକୁମାରେ ପରିମଳ ବ୍ୟବସ୍ଥା ସାପମ୍ପୂର୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡ଼ିଛି କହିଲେ ଭୁଲ ହେବ ନାହିଁ ।ପରିମଳ ବ୍ୟବସ୍ତା ବ୍ଲକ ପ୍ରଶାସନ ମଧ୍ୟ ସମ୍ପୂର୍ଣ ଭାବରେ ଆଖି ବୁଜିଦେଇଥିବା କହିଲେ ଭୁଲ ହେବନାହିଁ। ଜିଲ୍ଲାର ଅତି ସମ୍ବେଦନଶିଳ ପଞ୍ଚାୟତ ହୋଇଥିଲେ ବ୍ଲକ ନା ପଞ୍ଚାୟତ ଦୃଷ୍ଟି ନଦେବା ଘଟଣା ଆଶ୍ଚର୍ଯ୍ୟ କରିଛି।ସଦର ମହାକୁମାରେ ଦୀର୍ଘ ଦୁଇ ବର୍ଷ ହେବ ବଡ଼ ବ୍ରାହ୍ମଣ ସାହି, ସାନ ବ୍ରାହ୍ମଣ ସାହି କାଚରା ସାହି ବେହେରା ସାହି, ତ୍ରିପାଠୀ ସାହି, ଦାନୁ ସାହି, ଗୌଡ଼ ସାହି ଡ୍ରେନ ସଫେଇ ହୋଇନଥିବାରୁ ନାଳ ନର୍ଦମା ଆବର୍ଜମାରେ ପୋତି ହୋଇ ଗଲାଣି।ଡ୍ରେନ୍ ଆବର୍ଜନା ଭର୍ତ୍ତି  ହୋଇଥିବାରୁ ଅସରାଏ ବର୍ଷାରେ ମୁଖ୍ୟରାସ୍ତା ଓ ସାହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି।ସାହି ସାହିରେ ନୂତନ ଘର ତିଆରି ପାଇଁ ବାଲି, ଗୋଡି, ଇଟା ରାସ୍ତା ଉପରେ ପକାଉ ଥିବାରୁ ଉକ୍ତ ସାମଗ୍ରୀ ଡ୍ରେନ ରେ ମଧ୍ୟ ଭର୍ତ୍ତି ହୋଇ ଯାଉଛି। ଘର ମାଲିକ ମାନେ ନିଜ ନିଜ ଡ୍ରେନ ସଫା ନକରିବା ଓ ପଞ୍ଚାୟତ କି ବ୍ଲକ ତଦାରଖ ନକରିବାରୁ ଏଭଳି ଘଟଣା ଘଟୁଛି। ଘର ନିର୍ମାଣ କରୁଥିବା ମାଲିକଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ପ୍ରଶ୍ନ ଉଠୁଛି।ଡ୍ରେନ୍‌ରେ ପାଣି ନିଷ୍କାସନ ହୋଇନପାରି ଡ୍ରେନରେ ଆବର୍ଜନା ଭର୍ତ୍ତି ସହ ଦୂଷିତ ପାଣି ଜମୁ ଥିବାରୁ ଫଳରେ ସ୍ବଚ୍ଛ ଭାରତ ଅଭିଯାନ ଏଠାରେ ବାଟବଣା ହୋଇଛି। ବର୍ଷା ଋତୁ ଆସିଯିବାରୁ ଡ୍ରେନ୍‌ରେ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ରାସ୍ତା ଉପରେ ନାଳ ଭଳିଆ ଭିତରେ ପାଣି ଯାଇଥିଲା ।ସଦର ଘରୁ ପଲିଥିନ ଓ ଆବର୍ଜନା ମୁକ୍ତ ସ୍ଵଛ ନିର୍ମଳ ଗାଁ କରିବା ପାଇଁ ଉଦ୍ୟମ କରାଯାଉଛି। ଆମ ଗାଁ ଆମ ବିକାଶ ଭଳି ଯୋଜନା ଓ ବିକଶିତ ଗ୍ରାମ ବିକଶିତ ଓଡିଶା ଭଳି ଯୋଜନା, “ବିକାଶ ଧାରା ଓଡିଶା ସାରା”ଭଳି ଯୋଜନା କେବଳ କାଗଜ କଲମରେ ପ୍ରଶାସନ ମାଧ୍ୟମରେ ପ୍ରଚଳିତ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗତବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ  ଏଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ପଞ୍ଚାୟତ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀ, ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ଯୋଗଦେଇ ସଚେତନତା ଶୋଭାଯାତ୍ରା କରିଥିଲେ। ଲୋକଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ବାର୍ଭା ଦେଇଥିଲେ । ତଥାପି ସଚେତନତା ଅଭାବରୁ ବର୍ଷକ ପରେବି ଆବର୍ଜନା ପରିଚାଳନାରେ କୌଣସି ଉନ୍ନତି ହୋଇନାହିଁ । ସଦର ମହାକୁମାରେ ଏଭଳି ଅବସ୍ଥାରେ ଥିବ ତେବେ ଅନ୍ୟ ପଞ୍ଚାୟତ ଠାରୁ କଣ ଆଶା କରିବା ବୋଲି ସାଧାରଣ ରେ ଚର୍ଚା ହେଉଛି।  କିନ୍ତୁ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଆଉ ସଫା କରୁନି ପ୍ରସାସନ। କଲ୍ୟାଣସିଂହପୁର ସଦର ମହାକୁମା ପଞ୍ଚାୟତ ହୋଇଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁନଥିବାରୀ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହି ଗ୍ରାମରେ ବିଭିନ୍ନ ସାହିରେ ଝଡବାନ୍ତି,ମେଲେରିଆ, କାମଳ, ଟାଇଫର୍ଡ ଜୁର ଆକ୍ରାନ୍ତରେ ଶିକାର ହୋଇ କିଛି ଜଣଙ୍କ ପୂର୍ବରୁ ଜୀବନ ଯାଇଥିବା ନଜୀର ରହିଛି।  ବର୍ଷା ଋତୁ ଆସୁଛି ପୂର୍ବରୁ ପ୍ରସାସନ ଓ ପଞ୍ଚାୟତ ସତର୍କ ନରହିଲେ ଲେଡିଗୁଡ଼ କହୁଣୀକୁ ବୋହିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।ସ୍ଥାନୀୟ ଅଞ୍ଚଳକୁ ପଲିଥିନ, ଆବର୍ଜନା ମୁକ୍ତ କରିବା ଦିଗରେ କଡ଼ା ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ