ଅଶ୍ଳୀଳ ଗାଳିଗୁଲଜ ନେଇ ଥାନାରେ ଅଭିଯୋଗ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଷୋଳମପୁର ଗ୍ରାମରେ ଜନୈକ ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କର୍ତ୍ତା ବିଜୟ କୁମାର ନାୟକଙ୍କ ସୂଚନା ଅନୁଯାୟୀ ପଡୋଶୀ ନିରଞ୍ଜନ ନାୟକ ଗତ ଜୁନ ମାସରେ ଜାଗା ବାଡିକୁ ନେଇ ଗାଳିଗୁଲଜ କରିଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ ଏନେଇ ବିଜୟଙ୍କ ପତ୍ନୀ ମୀନାରାଣୀ ଥାନାରେ ଅଭିଯୋଗ କରିଥିଲେ । ପରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଘଟଣାର ଆପୋଷ ସମାଧାନ ହୋଇଥିଲା । ଘଟଣାକୁ ଚାରିମାସ ନପୂରୁଣୁ ପୁଣି ନିରଞ୍ଜନ ଗତ ଶୁକ୍ରବାର ଦିନ ବିଜୟ ଘରେ ନଥିବାବେଳେ ତାଙ୍କ ପତ୍ନୀଙ୍କ ସମେତ ପରିବାର ସଦସ୍ୟଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି । ଏପରିକି ଆକ୍ରମଣ କରିବାକୁ ମଧ୍ୟ ପଛେଇ ନଥିବା ଆଜି ବିଜୟ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ଖବର ଲେଖାହେବା ଯାଏଁ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ