ସରମରା ପୁରୁଷୋତ୍ତମ ସରକାରୀ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସରମରାସ୍ଥିତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହରେକୃଷ୍ଣ ପୃଷ୍ଟିଙ୍କ ଅଧ୍ୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ସଂପାଦକ ତଥା ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ଦାସ, ବରିଷ୍ଠ ଶିକ୍ଷକ ଆନନ୍ଦ ଚନ୍ଦ୍ର ରାଉତ, ଶିକ୍ଷକ ଭୀମସେନ ନାୟକ, ଶିକ୍ଷୟିତ୍ରୀ ସରସ୍ୱତୀ ନାଥ, ପୁରାତନ ଛାତ୍ର ସୁକାନ୍ତ କୁମାର ସାହୁ, ପ୍ରିୟବ୍ରତ ରାଉତ, ଶଶୀକାନ୍ତ ଜେନା ଯୋଗ ଦେଇ ମୋ ସ୍କୁଲ ଅଭିଯାନ ସଂପର୍କରେ ଆଲୋକପାତ କରିଥିଲେ । ସ୍କୁଲର ପୁରାତନ ଛାତ୍ର ତଥା ସମ୍ବାଦର ଜିଲା ପ୍ରତିନିଧି ଡ.ହରିହର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଗ୍ରାମର ବରିଷ୍ଠ ନାଗରିକ, ଅଭିଭାବକ ଓ ବହୁପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ମୋ ସ୍କୁଲ ଅଭିଯାନ କମିଟିର ପୁରାତନ ଛାତ୍ର ଶଶୀକାନ୍ତ ଜେନାଙ୍କୁ ଛାତ୍ର ପ୍ରତିନିଧି ଭାବେ ମନୋନୀତ କରାଯାଇଥିଲା । ସ୍କୁଲର ବିକାଶ ମୂଳକ କାର୍ଯ୍ୟ ପାଇଁ ମୋ ସ୍କୁଲ ଅଭିଯାନକୁ ତ୍ୱରାନ୍ନିତ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଶିକ୍ଷୟିତ୍ରୀ ମମତାରାଣୀ ମଲ୍ଲିକ, ନମିତା ଧଳ, ଆଶାରାଣୀ ପଣ୍ଡା, ସୋମନାଥ ବିଶ୍ୱାଳ, ତାପସ କୁମାର ଜେନା, ରଜତ କୁମାର ଦାସ, ନିରଂଜନ ରାଉତ, କର୍ମଚାରୀ ଧିରେନ୍ଦ୍ର ରାଉତ, ମଳୟ ଦାସଙ୍କ ସମେତ ଅଭିଭାବକ ମାନେ ମୋ ସ୍କୁଲ ଅଭିଯାନକୁ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ