କଟକ ସାମାଜିକ ସଂଘର ବୈଠକ ଅନୁଷ୍ଠିତ

କଟକ,(ଦୀପକ୍ କୁମାର ବେଉରା): କଟକ ସହରର ବଢ଼େଇସାହି ସ୍ଥିତ ୭୨ ମଠ ଠାରେ କଟକ ସାମାଜିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ କଟକ ସହର ୩୬ ଟି ସାମାଜିକ ସଂଗଠନର କର୍ମକର୍ତା ମାନେ ଯୋଗ ଦେଇଥିଲେ । ଆଗକୁ କିଭଳି ଭାବରେ ସମସ୍ତ ସଂଗଠନ ମାନଙ୍କର ମିଳିତ ସହଯୋଗରେ କଟକରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯାଇପାରିବ ତାହାର ଉପରେ ଆଲୋକପାତ କରାଯାଇଥିଲା । ଏଥିସହିତ ସାମାଜିକ ସଂଗଠନ ମାନଙ୍କର ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରି କଟକ ଭାଇଚାରାର ଯଥାର୍ଥତାକୁ ବଜାୟ ରଖିବା ପାଇଁ ଶପଥ ନେଇଥିଲେ ସମସ୍ତ ସଂଗଠନର କର୍ମକର୍ତ୍ତା ମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ