ନଡିଆ ଗଛରୁ ଖସି ଯୁବକ ଆହତ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ଫାଣ୍ଡି ନିକଟ ଗୁଡିପଲ୍ଲୀ ଗ୍ରାମର ବିଜୟ ପରିଡାଙ୍କ ପୁଅ ଶୁଶାନ୍ତ ପରିଡା ନଡିଆ ଗଛରୁ ଖସି ପଡିଯିବାରୁ ତାଙ୍କର ଦୁଇ ହାତ ଭାଙ୍ଗି ଯାଇଛି | ଶୁଶାନ୍ତ ଜଣେ ଗରିବ ପରିବାର ହୋଇ ଥିବାରୁ ପେଟ ପୋଷଣ କରିବା ପାଇଁ ଗ୍ରାମରେ ଥିବା ଜୈନିକ ବ୍ୟକ୍ତିଙ୍କ ନଡିଆ ତୋଳିବା ପାଇଁ ଗଛକୁ ଚଢି  ନଡିଆ ଖାନ୍ଦୀ କାଟୁଥିବା ବେଳେ ଅସାବଧାନତା ଯୋଗୁଁ ଗଛରୁ ଖସି ତଳେ  କଚାଡି ହେଇ ପଡିବା ଫଳରେ  ଶୁଶାନ୍ତର ଦୁଇ ହାତ ଭାଙ୍ଗିପଡିଥିଲା ।ଗୁରୁତ୍ୟର ଅବସ୍ଥାରେ ଶୁଶାନ୍ତ କୁ ଭଞ୍ଜନଗର ଡାକ୍ତରଖାନାକୁ ନେଇଥିଲେ । ଏଠାରେ  ଶୁଶାନ୍ତର ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ