ଗାନ୍ଧୀ ଜୟନ୍ତୀ ଅଵସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

କୋଦଳା ,   (ଯୁଗାବ୍ଦ ନ୍ୟୁଜ) : ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅଵସରରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠବ୍ରହ୍ମପୁର ଗ୍ରାମରେ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଵସରରେ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ରାସ୍ତାଘାଟ ସଫେଇ କରିବା ସହ ଉକ୍ତ ଗ୍ରାମର ପୁରୁଷ ମାନେ ସହଯୋଗ କରିଥିଲେ। ଗାନ୍ଧୀଜୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ଆଗେଇ ଯିବେ ବୋଲି ଶପଥ ନେଇଥିଲେ । ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମ କରିବା ସହ ପ୍ରତିଦିନ ନିଜ ଅଞ୍ଚଳରେ ଅଳିଆ ଆବର୍ଜନା ସଫା କରି ଏହି ମିଶନକୁ ଆଗକୁ ନେଇ ପାରିବେ ସେ ଉପରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ