ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଗାନ୍ଧୀ ସଂକଳ୍ପ ପଦଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଆଜି ଗାନ୍ଧୀ ସଂକଳ୍ପ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିରାଟ ପଦଯାତ୍ରାରେ ଭାଜପାର ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ବାହାରିଥିଲା । ପଦଯାତ୍ରାରେ ଗାନ୍ଧିଜୀଙ୍କ ନିତି ଅଦର୍ଶ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବାଜକୁ ସ୍ଲୋଗାନ ମାଧ୍ୟମରେ ସମଗ୍ର ସହର ପରିକ୍ରମା କରି ଜନ ସଚେତନ କରାଇଥିଲେ । ଏହି ଅବସରରେ ସଂଯୋଜକ ଭୃଗୁ ବକ୍ସିପାତ୍ର କହିଥିଲେ ଯେ,ଭାରତୀୟ ଜନତା ପାର୍ଟି ଆଜି ଗାଁ ଠାରୁ ଆରମ୍ଭ କରି ଦିଲ୍ଲି ପର୍ଯ୍ୟନ୍ତ ଏ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ କରିଛି । ଗାଁର ବିକାଶ ହେଲେ ଦେଶର ବିକାଶ ହେବ,ପ୍ଲାଷ୍ଟିକ ବର୍ଜନ,ପରିବେଶକୁ ଶଫା ରଖିବା,ଗଛ ଲଗାଇବା,ନିଶା ବିହୀନ ସମାଜ ତିଆରି କରି ସମାଜର ସାମୁହିକ ବ୍ୟବସ୍ଥାକୁ ବଢାଇବା ପାଇଁ ଭାରତୀୟ ଜନତା ପାର୍ଟି ଏହି ସଂକଳ୍ପ ପଦଯାତ୍ରା ଆରମ୍ଭ କରିଛି ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପାରଳା ବିଧାୟକ କେ.ନାରାୟଣ ରାଓ,ଜିଲ୍ଲା ସଭାପତି ଜି.ଭେଙ୍କଟ ରାବଣା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା,ତ୍ରିପତି ନାୟକ,ଚିତ୍ରି ସିମାଦ୍ରି,ସୁନିଲ କୁମାର ମହାପାତ୍ର,ପୂର୍ବତନ ନଗରପାଳ ପି.କ୍ରିଷ୍ଣା,ନୃସିଂହ ଚରଣ ପଟ୍ଟନାୟକଙ୍କ ସମେତ ବହୁ ସଂଖ୍ୟାରେ ନେତା ଓ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ