ଜାମ୍ମୁ କାଶ୍ମୀରବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନବରାତ୍ରି ଭେଟି

ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ନୂଆଦିଲ୍ଲୀ-କାଟ୍ରା ‘ବନ୍ଦେ ଭାରତ’ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ନବରାତ୍ରିରେ ଦେଶବାସୀଙ୍କୁ ଏହି ବଡ ଉପହାର ପ୍ରଦାନ କରୁଥିବାରୁ ଶ୍ରୀ ଶାହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ରେଳ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଲେ ଯେ ଜାମ୍ମୁ-କାଶ୍ମୀରର ବିକାଶ ପାଇଁ ଧାର୍ମିକ ପର୍ଯ୍ୟଟନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜୀବନକାଳ ମଧ୍ୟରେ ଅତିକମରେ ଥରେ ବୈଷ୍ଣୋଦେବୀ ମନ୍ଦିର ଯାତ୍ରା କରିବା ପାଇଁ ଭାରତର ପ୍ରତ୍ୟେକ ନାଗରିକଙ୍କର ଅଭିଳାଷା ରହିଛି । ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଦେଶର ଧାର୍ମିକ ସ୍ଥଳଗୁଡ଼ିକୁ ନିରାପଦ, ସ୍ୱଚ୍ଛନ୍ଦପୂର୍ଣ୍ଣ ଓ ଉଚ୍ଚ ଗତି ସମ୍ପନ୍ନ ରେଳ ନେଟୱର୍କ ସହିତ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପରିକଳ୍ପନା ରହିଛି । ଏହି ଧାର୍ମିକ ସ୍ଥଳଗୁଡ଼ିକୁ ଯାତ୍ରା କରିବା ତଥା ତୀର୍ଥଯାତ୍ରାକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ‘ବନ୍ଦେ ଭାରତ’ଏକ୍ସପ୍ରେସ ଏ ଦିଗରେ ଏକ ବଡ ପଦକ୍ଷେପ । ନୂଆଦିଲ୍ଲୀ-ବାରାଣସୀ ସେମି-ହାଇସ୍ପିଡ ଟ୍ରେନ ପରେ ଏହା ହେଉଛି ଦ୍ୱିତୀୟ ‘ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଫେବୃଆରୀ ମାସରେ ଶୁଭାରମ୍ଭ କରିଥିଲେ । ଏହି ଟ୍ରେନର କୋଚ ଗୁଡ଼ିକୁ ଚେନ୍ନାଇ ରେଳ କୋଚ ଫ୍ୟାକ୍ଟ୍ରିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ