ଏସିବି ଫାଉଣ୍ଡେସନ ପକ୍ଷରୁ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏ.ସି.ବି. ଫାଉଣ୍ଡେସନ କାହାଳିଆଗଡିଆ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର, ମାସ୍କ, ସାବୁନ ଇତ୍ୟାଦି ବଣ୍ଟନ କରାଯାଇଛି । ପ୍ରତିବର୍ଷ ଏହି ସମୟରେ ଶୀତର ପ୍ରକୋପରୁ ରକ୍ଷା ପାଇବାପାଇଁ ଫାଉଣ୍ଡେସନ ପକ୍ଷରୁ ୫/୬ଟି ପଞ୍ଚାୟତରେ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ବିଭିନ୍ନ ଗ୍ରାମରେ ଏହିପରି କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି । ଆଜି ଫାଉଣ୍ଡେସନର ପ୍ରତିଷ୍ଠାତା ଶିକ୍ଷାବିତ ଅଲେଖ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଧନୁର୍ଜୟପୁର ଗ୍ରାମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧନୁର୍ଜୟପୁର ଗ୍ରାମପଞ୍ଚାୟତର ସରପଞ୍ଚ ଅନ୍ନପୁର୍ଣ୍ଣା ରାଉତ, ସମ୍ମାନୀତ ଅତିଥି ଭାବେ ୱାର୍ଡସଭ୍ୟ ରୀନା ମହାକୁଡ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ମଲ୍ଲିକ, ଧନୁର୍ଜୟପୁର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ସଭାପତି କିଶୋରୀ ଚରଣ ପଇଦା ପ୍ରମୁଖ ଯୋଗଦେଇ ୨୦ରୁ ଉର୍ଦ୍ଧ ଗରିବ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସହିତ ମାସ୍କ ଓ ସାବୁନ ବଣ୍ଟନ କରିବା ସହିତ କରୋନା ପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ସଚେତନ କରାଇଥିଲେ । ଏ.ସି.ବି ଫାଉଣ୍ଡେସନର ସଦସ୍ୟ ଅବିନାଶ ଚନ୍ଦ୍ର ବେହେରା, ସୁରେନ୍ଦ୍ର ବେହେରା, କେଶବ ଚନ୍ଦ୍ର ବେହେରା, ସୌଭାଗ୍ୟ ସାହୁ, ପ୍ରୀୟବ୍ରତ ପାଣିଗ୍ରାହୀ, ସୌରଭ ସାହୁ, ଅଲେଖ ନାୟକ, ଅନିଲ ସାହୁ, ବିନୋଦ ମହାକୁଡ, ବିଶ୍ୱରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସତ୍ୟନାରାୟଣ ସାହୁ ଫାଉଣ୍ଡେସର ବିବରଣୀ ପାଠ କରିଥିବାବେଳେ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଫାଉଣ୍ଡେସନର ଏପରି ପଦକ୍ଷେପକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଭୂୟସୀ ପ୍ରସଂଶା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ