ପିକନିକ ସାରି ଫେରିବାବେଳେ ଅଟୋ ଓଲଟି ୭ ଆହତ

ହାଟଡ଼ିହି, : ହାଟଡିହି ବ୍ଲକ ସୁନ୍ଦରାପାଳ ଛକ ନିକଟରେ ଆଜି ରାତିରେ ଏକ ଅଟୋ ଓଲଟି ପଡିବାରୁ ୭ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ତିନିଜଣ ମହିଳା ଥିବାବେଳେ ୨ଜଣ ଶିଶୁ ଅଛନ୍ତି । ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନେ ସମସ୍ତେ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଅଞ୍ଚଳର ବୋଲି ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ପୁରୁଣାବଜାର ଅଞ୍ଚଳରଅଲାରପୁର ଗ୍ରାମରମୁକ୍ତଆରଖାଁଙ୍କ ପରିବାରର ରେସନ ବିବି, ରୁବିନା ବିବି, ସାଲେମା ବିବି, ଆଫ୍ରିନ ବିବି, ସମିର ଖାନ, ସାବର ଖାନ, ତାସିର ପ୍ରମୁଖ ଆଜି ହଦଗଡକୁ ପିକିନିକ କରିବାକୁ ଏକ ଅଟୋରେ ଯାଇଥିଲେ । ପିକିନିକ ସାରି ଫେରିବାବେଳେ ସୁନ୍ଦରାପାଳ ଛକ ନିକଟରେ ହମ୍ପସକୁ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଅଟୋରେ ଥିବା ସମସ୍ତ ଯାତ୍ରୀମାନେ ଆହତ ହୋଇଥିଲେ । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାରକରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ