ଦଳକୁ ସୁଦୃଢ କରିବା ମୋର ଲକ୍ଷ୍ୟ ସୂର୍ଯ୍ୟ ଗଜପତି ଜିଲ୍ଲା କଂଗ୍ରେସର ନୂତନ ଯୁବ ସଭାପତି ମନୋନୀତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କଂଗ୍ରେସର ନୂତନ ଜିଲ୍ଲା ଯୁବ ସଭାପତି ଭାବେ ସୂର୍ଯ୍ୟ ନାରାୟଣ ପାତ୍ର ମନୋନୀତ ହୋଇଛନ୍ତି । ଓଡିଶା ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଗଜପତି ଜିଲ୍ଲା କଂଗ୍ରେସର ନୂତନ ଜିଲ୍ଲା ଯୁବ ସଭାପତି ଭାବେ ମନୋନୀତ କରିଥିବା ଜଣାଯାଇଛି । ନୂତନ ଜିଲ୍ଲା ଯୁବ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଗତ ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହି ଆସିଛନ୍ତି । ସେ ଜଣେ ସୁସଂଗଠକ ଓ ଟାଣୁଆ ଯୁବ ନେତା ଭାବେ ବେଶ୍ ପରିଚିତ । ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ ସମୟ ଧରି ସେ ଦଳ ପାଇଁ ବହୁ କାମ କରି ଆସୁଛନ୍ତି । ନୂତନ ଜିଲ୍ଲା ଯୁବ ସଭାପତି ଭାବେ ତାଙ୍କୁ ମନୋନୀତ କରିଥବାରୁ ଓଡିଶା ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ତାଙ୍କୁ ନୂତନ ଦାୟିତ୍ୱ ମିଳିଥିବାରୁ ମୋହନା ବିଧାୟକ ତଥା ଗଜପତି ଜିଲ୍ଲା କଂଗ୍ରେସର ସଭାପତି ଦାଶରଥି ଗମାଙ୍ଗ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ନୂତନ ଯୁବ ସଭାପତି ଭାବେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଦଳ ତାଙ୍କ ଉପରେ ଯେଉଁ ବିଶ୍ୱାସ ରଖି ଦାୟିତ୍ୱ ଦେଇଛି ତାକୁ ସେ ସମ୍ପୂର୍ଣ ଭାବେ ପାଳନ କରିବେ ।ଗଜପତି ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ ଓ ମଜବୁତ କରିବା ପାଇଁ ଯୁବଶକ୍ତି ବିନା ସମ୍ଭବ ନୁହେଁ । ତେଣୁ ଯୁବଶକ୍ତିକୁ ସୁସଂଗଠିତ ଓ ସକ୍ରିୟ କରି ଗଜପତି ଜିଲ୍ଲାର କଂଗ୍ରେସ ଦଳର ବିଜୟ ପାଇଁ କାର୍ଯ କରିବି ।