ଦିଗପହଣ୍ଡିରେ ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ପ୍ରତିବାଦ ସଭା ; କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ କୁ ସମର୍ଥନ * ପ୍ରଧାନମନ୍ତ୍ରୀ ଙ୍କ ‘ ମନ୍ କୀ ବାତ୍ ‘ ବିରୋଧରେ ଘଣ୍ଟ ବାଦ୍ୟ

ଦିଗପହଣ୍ଡି,(ୱାଇଏନ୍ଏସ୍): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଗପହଣ୍ଡି ରେ ରବିବାର ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀ ଛକ ଠାରେ ଆୟୋଜିତ ସଭାରେ ସିପିଆଇ ଗଞ୍ଜାମ ଜିଲ୍ଲା ସହ ସମ୍ପାଦକ ଅଳକ ନାଥ ମିଶ୍ର, ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ର, କାର୍ଯ୍ୟକର୍ତ୍ତା ହରପ୍ରସାଦ ରଥ, ପ୍ରମୋଦ କୁମାର ସ୍ବାଇଁ, ସମୀର ଚନ୍ଦ୍ର ମିଶ୍ର,ମୂଷା ବେହେରା, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ପ୍ରଫୁଲ୍ଲ ପଣ୍ଡା, କାର୍ଯ୍ୟକର୍ତ୍ତା କେ.କୁନା,ଭଗବାନ ସ୍ବାଇଁ, ଏମ୍. ବାଇନାଥ, ଏ. କେଶବ ରାଓ,କୈଳାସ ରଣା,ଶଙ୍କର ରାଓ, ୱ୍ଵାଇ. ରବି କୁମାର,ଡମ୍ବରୁ ଧର ବେହେରା, ସିପିଆଇ(ଏମ୍) କାର୍ଯ୍ୟକର୍ତ୍ତା ଅଶ୍ଵିନୀ କୁମାର ଦାସ, କୁରେଶୁ ପଣ୍ଡା, ପି. ଶିବ ଶଙ୍କର, ଅର୍ଦ୍ଦୁ. ହରି , କୈଳାସ ମହାରଣା ଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ରହି କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଅଖିଳ ଭାରତ କିଶାନ ସଂଘର୍ଷ ସମନ୍ୱୟ ସମିତି ର ଡାକରା କ୍ରମେ ପୂର୍ବାହ୍ନ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ ମନ୍ କୀ ବାତ୍ ‘ କାର୍ଯ୍ୟକ୍ରମ ବେଳେ ସ୍ଥାନୀୟ କଂଗ୍ରେସ – କମ୍ୟୁନିଷ୍ଟ ପାର୍ଟି ସମର୍ଥିତ ବିଭିନ୍ନ ଚାଷୀ ସଙ୍ଗଠନ ର କାର୍ଯ୍ୟକର୍ତ୍ତା ବୃନ୍ଦ ଏକତ୍ରିତ ହୋଇ ଘଣ୍ଟ ବାଡ଼େଇ ଥିଲେ। ପରେ କେନ୍ଦ୍ର ସରକାର ଙ୍କ ବିରୋଧରେ ଦଳୀୟ ନେତୃବୃନ୍ଦ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ସାମଗ୍ରିକ ବିଫଳତାକୁ ତୀବ୍ର ସମାଲୋଚନା କରିଥିଲେ। କରୋନା ମହାମାରୀ ସମୟରେ ଦେଶବାସୀ ପ୍ରାୟତଃ ଗୃହବନ୍ଦୀ ଅବସ୍ଥାରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ଗତ ଜୁନ ମାସରେ ଅତି ତରବରିଆ ଭାବେ ନୂଆଁ କୃଷି ଆଇନ ସମ୍ପର୍କିତ ୩ ଟି ଅଧ୍ୟାଦେଶ ଆଣିଥିଲେ।ଦେଶୀ ବିଦେଶୀ କର୍ପୋରେଟ ଙ୍କ ସ୍ବାର୍ଥ ରେ ଅଣାଯାଇଥିବା ୩ ଟି କୃଷି ଆଇନ ଦ୍ୱାରା ଦେଶର କୃଷକ ଓ କୃଷି ର ସର୍ବନାଶ ହେବ ବୋଲି ସଭାରେ ଲୋକଙ୍କୁ ସଚେତନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ