ଯୌତୁକ ପାଇଁ ନିର୍ଯ୍ୟାତନା ଅଭିଯୋଗ ; ସ୍ତ୍ରୀ ଙ୍କ କୋଳରୁ ଶିଶୁଙ୍କୁ ଛଡାଇ ନେଲେ ସ୍ଵାମୀ ଗିରଫ ଭୟରେ ସ୍ଵାମୀ , ଶାଶୁ ଓ ଶ୍ବଶୁର ଫେରାର।
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ କୈଠଖଣ୍ଡି ପଞ୍ଚାୟତ ଅଧୀନ ଚକା ତେନ୍ତୁଳି ଗାଁ ର ବିବାହିତା ମହିଳା ଚାନ୍ଦିନୀ ସାହୁ ଙ୍କୁ ଯୌତୁକ ପାଇଁ ତାଙ୍କ ସ୍ଵାମୀ ଓ ଶ୍ୱଶୁର ଘର ଲୋକେ ଦୀର୍ଘଦିନ ହେଲା ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି।ଗତ ପ୍ରାୟ ୭ ବର୍ଷ ପୂର୍ବେ ଭ୍ରମର ପୁର ଗ୍ରାମର ଚାନ୍ଦିନୀ ଙ୍କ ସହ ଚକା ତେନ୍ତୁଳି ଗ୍ରାମର ବାଙ୍କ ସାହୁ ଙ୍କ ସହ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତିରେ ବୈଦିକ ରୀତି ରେ ବିବାହ ହୋଇଥିଲା। ସ୍ଵାମୀ ଓ ଶ୍ୱଶୁର ଘର ଲୋକଙ୍କ ଦାବୀ ପ୍ରକାରେ ସମସ୍ତ ଘର କରଣା, ଆସବାବ ପତ୍ର , ସୁନା – ରୂପା ଗହଣା ପ୍ରଭୃତି ଦିଆଯାଇଥିଲେ ମଧ୍ୟ ବିବାହର କିଛି ଦିନ ପରେ ତାଙ୍କୁ ସ୍ଵାମୀ ଓ ଶାଶୁ ଅଧିକା ଯୌତୁକ ଆଣିବାକୁ କହି କରିଥିଲେ। ତାଙ୍କୁ ସ୍ଵାମୀ ଓ ଶାଶୁ ,ଶ୍ୱଶୁର ମାଡ଼ ମାରୁଥିଲେ। ଫଳରେ ସେ ବାପ ଘରେ ରହୁଥିଲେ। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ହେବାରୁ ସେ ବାପଘରୁ ଶ୍ୱଶୁର ଘର କୁ ଫେରିଥିଲେ। ଗତ ୧୦ ତାରିଖରେ ତାଙ୍କୁ ସମସ୍ତେ ମିଳିମିଶି ମାଡ଼ ମାରିବା ସହ ମାରିଦେବାକୁ ଧମକ ଦେଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ଏପରିକି ଘରର ସମସ୍ତ ଆସବାବ ପତ୍ର, ଗହଣା ସମେତ ତାଙ୍କ ୫ ବର୍ଷ ବୟସର ଶିଶୁ ଙ୍କୁ ସ୍ଵାମୀ ଜୋର୍ ଜବରଦସ୍ତ ନେଇ ଯାଇ ବ୍ରହ୍ମପୁର ର ଏକ ଭଡ଼ା ଘରେ ରହୁଥିବା ମହିଳା ଜଣକ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଆଇ ଆଇ ସି ବସନ୍ତ କୁମାର ସେଠୀ ଥାନା ମାମଲା ନଂ.୩୧୫/୨୦ ଦଫା – ୨୯୪/୪୯୮(କ)/୫୦୬ ଆଇ ପି ସି ଏବଂ ଯୌତୁକ ନିର୍ଯ୍ୟାତନା ନିରୋଧ ଆଇନ ର ଧାରା – ୪ ଅନୁଯାୟୀ ଅଭିଯୁକ୍ତ ସ୍ଵାମୀ, ଶାଶୁ ଓ ଶ୍ୱଶୁର ଙ୍କ ନାଁ ରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ମାନେ ଫେରାର ଥିବା ତଦନ୍ତକାରୀ ଅଧିକାରୀ ଆଇ ଆଇ ସି କହିଛନ୍ତି।


