ଭାଜପା ରେ ଗୋଷ୍ଠୀ ବିବାଦ ତୀବ୍ର ; ବାଜପେୟୀ ଙ୍କ ଜୟନ୍ତୀ ରେ ସମାନ୍ତରାଳ ସଭା

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ଭାଜପା ରେ ଗୋଷ୍ଠୀ ବିବାଦ ତୀବ୍ରତର ହୋଇଛି।ଶୁକ୍ରବାର ପାର୍ଟିର ଦୁଇ ଗୋଷ୍ଠୀ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ସମାନ୍ତରାଳ ସ୍ମୃତି ସଭା ଆୟୋଜନ କରାଯିବା ଏଠାକାର ଶୀତୁଆ ପରିବେଶକୁ ରାଜନୈତିକ ଉଷ୍ମତା ରେ ଭରି ଦେଇଛି। ସହର ର ଚାହା ଖଟି ଠାରୁ ଆରମ୍ଭ କରି ଦୋକାନ ବଜାର ରେ ଆଜି ଏହି ଖବର ଚର୍ଚ୍ଚା ର ପ୍ରସଙ୍ଗ ପାଲଟିଥିଲା। ସ୍ଥାନୀୟ ଭାଜପା ନେତାଙ୍କ ମଧ୍ୟରେ ବାଦ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡୁଛି।ଆସନ୍ତା ପୌର ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପାଗ ଭିଡୁଥିବା ବେଳେ ଭାଜପା ରେ ଦଳୀୟ କନ୍ଦଳ କର୍ମୀ ମାନଙ୍କୁ ବ୍ୟଥିତ କରିଛି। ଭାଜପାର ଅନେକ ବରିଷ୍ଠ ନେତୃବୃନ୍ଦ ଏଥିରେ ମର୍ମାହତ ହୋଇ ଦଳ ତ୍ୟାଗ କରିବେ ବୋଲି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଦିଗପହଣ୍ଡି ନଗର ଭାଜପା ପକ୍ଷରୁ ସ୍ଥାନୀୟ ଶ୍ରୀ ଚନ୍ଦ୍ରଚୁଡେଶ୍ବର ଶୈବପୀଠ ପ୍ରାଙ୍ଗଣରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଭାଜପା ଜିଲା କାର୍ଯ୍ୟକର୍ତ୍ତା ପରେଶ ଚନ୍ଦ୍ର ରଥ ଙ୍କ ସଂଯୋଜନା ରେ ଆୟୋଜିତ ସ୍ମୃତି ସଭାରେ ନଗର ସଭାପତି ଭବାନୀ ଶଙ୍କର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠିତ ସଭାରେ ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତା ଭାଗୀରଥି ଚୌଧୁରୀ, ଶ୍ରୀହର୍ଷ ପଣ୍ଡା, ଭୁବନେଶ୍ୱର ପଣ୍ଡା, ଦଣ୍ଡପାଣି ସାହୁ,ରାଜକିଶୋର ନାୟକ,ଟୁନା ଚୌଧୁରୀ, ପ୍ରଶାନ୍ତ ପୂଜାରୀ, ସଚିନ୍ଦ୍ର ରଥ, ଅଦ ସେଠି, ସିଏଚ. ହରୀକୃଷ୍ଣ ପାତ୍ର, ଶିବରାମ ବିଷୋୟୀ, ଉଗ୍ରସେନ ସାସମଲ, ବାସୁଦେବ ବିଷୋୟୀ, ସିମାଞ୍ଚଳ ସାସମଲ, ତବତିଆ ମଲ୍ଲିକ, ପ୍ରକାଶ ମଲ୍ଲିକ,ମୁନା ପଶୁପାଳକ ପ୍ରମୁଖ ଯୋଗଦେଇ ବାଜପେୟୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଭାରତ ବର୍ଷ ର ସାମଗ୍ରିକ ବିକାଶ ପ୍ରତି ବାଜପେୟୀ ଙ୍କ ଅବଦାନ ସମ୍ପର୍କରେ ଉଦବୋଧନ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତା ବୃନ୍ଦ ପରିଚାଳନା କରିଥିଲେ। ସେହିପରି ମାତ୍ର ୧ କି ମି ଦୂର ସହର ଉପକଣ୍ଠ ରେ ଥିବା ଗୁପ୍ତେଶ୍ୱର ଶୈବ ପୀଠ ରେ ଭାଜପାର ଅନ୍ୟ ଏକ ଗୋଷ୍ଠୀ ସମାନ୍ତରାଳ ସ୍ମୃତି ସଭାର ଆୟୋଜନ କରିଥିଲେ ଭାଜପାର ପ୍ରମୁଖ କାର୍ଯ୍ୟକର୍ତ୍ତା ଶୁଭେନ୍ଦୁ ପାଢ଼ୀ ଏବଂ ମନୋଜ କୁମାର ପଣ୍ଡା ଙ୍କ ମିଳିତ ସଂଯୋଜନାରେ ଆୟୋଜିତ ସ୍ମୃତି ସଭାରେ ଆଇନଜୀବୀ ସନ୍ତୋଷ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ଭାଜପାର ବରିଷ୍ଠ କାର୍ଯ୍ଯକର୍ତ୍ତା ତଥା ଆଇନଜୀବି ସୂର୍ଯ୍ଯନାରାୟଣ ସାହୁ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଜପେୟୀଙ୍କ ବଳିଷ୍ଠ ପ୍ରତିଭା ସମ୍ପର୍କରେ ସ୍ମୃତି ଚାରଣ କରିବା ସହ ଅତୀତ ରେ ସମଗ୍ର ଭାରତବର୍ଷ ରେ ତାଙ୍କ ନେତୃତ୍ୱରେ ଦଳୀୟ ସଙ୍ଗଠନ ପରିଚାଳିତ ହେଉଥିଲା। ତାଙ୍କରି ମାର୍ଗ ଦର୍ଶନ ପ୍ରକାରେ ବିଭିନ୍ନ ସହର ଓ ଗ୍ରାମାଞ୍ଚଳ ମାନଙ୍କରେ ପାର୍ଟି ର ସାଙ୍ଗଠନିକ ଅଭିବୃଦ୍ଧି ପାଇଁ କାର୍ଯ୍ଯ କରିବା ସମୟର ବହୁ ଅଭିଜ୍ଞତାକୁ ସେ ସଭାରେ ଉପସ୍ଥାପନ କରିଥିଲେ। ଏହି ସଭାରେ ଅନନ୍ତ ନାରାୟଣ ମହାନ୍ତି,ସିମାଞ୍ଚଳ ପାଣିଗ୍ରାହୀ, ଅରୁଣ ଗୌଡ, ଶୁଭ୍ରାଂଶୁ ପ୍ରଧାନ, ଶ୍ରୀହର୍ଷ ପଣ୍ଡା, ଦନାର୍ଦ୍ଦନ ପ୍ରଧାନ, ଧର୍ମବୀର ପ୍ରଧାନ, ରାମକୃଷ୍ଣ ପ୍ରଧାନ,ପ୍ରଶାନ୍ତ ପାଣିଗ୍ରାହୀ, ପ୍ରତାପ ବିଷୋୟୀ, ବାବୁଲା ଦୋରା, ଜୟ ସାମଲ, ରବିନ୍ଦ୍ର ବରଡ, ଯୋଗୀ ରେଡ୍ଡୀ, ଶ୍ରୀଧର ପାଣିଗ୍ରାହୀ, ଉଗ୍ରସେନ ସାସମଲ, ଶିବ ପ୍ରଧାନ, ନାରାୟଣ ବିଷୋୟୀ, ରାଧା କୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବାଜପେୟୀଙ୍କ ଜୀବନୀ ଗାଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ର ଆଲୋଚନା କରିଥିଲେ। ଶେଷରେ ପ୍ରଶାନ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ