ଆଜି ବି ବ୍ରିଟେନକୁ ଏହି ସ୍ଥାନର ଟ୍ୟାକ୍ସ ଦେଉଛି ଭାରତ
ବ୍ରିଟେନ ବା ଇଂରେଜମାନଙ୍କ କବଳରୁ ଭାରତ ୭୩ ବର୍ଷ ହେଲା ସ୍ୱାଧୀନ ହୋଇସାରିଲାଣି । କିନ୍ତୁ ଆଜି ମଧ୍ୟ କିଛି ଅଂଶ ଇଂରେଜମାନଙ୍କ କବଳରେ ରହିଛି । ବ୍ରିଟେନର ଏକ ରେଳ ଟ୍ରାକ୍ ଭାରତରେ ରହିଛି । ମାତ୍ର ଏହାର ଟ୍ୟାକ୍ସ ବ୍ରିଟେନ୍ ସରକାରଙ୍କୁ ଭାରତ ଦେଉଛି । ଟ୍ରାକର ଦେଖାଶୁଣା ବ୍ରିଟେନ୍ ସରକାର କରୁଥିଲେ ହେଁ ଭାରତ ସରକାର ପ୍ରତିବର୍ଷ ଅର୍ଥ ବ୍ୟୟ କରୁଛନ୍ତି । ଏପରିକି ଭାରତୀୟ ରେଳ ବିଭାଗ ଅଧୀନରେ ଏକ ବେସରକାରୀ କମ୍ପାନୀ ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷ ଟଙ୍କାର ଟ୍ୟାକ୍ସ ବ୍ରିଟେନକୁ ଦେଉଛି । ଏହି ଟ୍ରାକରେ ଶକୁନ୍ତଳା ଏକ୍ସପ୍ରେସ ନାମକ ଏକ ପାସେଞ୍ଜର ଟ୍ରେନ୍ ଚଳାଚଳ କରୁଛ । ଆନ୍ଧ୍ରପ୍ରଦେଶର ଅମରାବତୀରୁ ମୂର୍ତଜାପୁର ୧୮୯ କିମି ଯାତ୍ରା କରୁଥିବା ଉକ୍ତ ଟ୍ରେନ୍ ଅଚଳପୁର, ଜବତମାଲ ପରି ଛୋଡ଼ବଡ଼ ଷ୍ଟେଶନ ଅତିକ୍ରମ କରୁଛି । ୧୦୦ ବର୍ଷର ପୁରୁଣା ଏହି ଟ୍ରେନରେ ୫ଟି ବଗି ରହିଛିୟ ଟ୍ରେନଟି ବ୍ରିଟେନର ମାଞ୍ଚେଷ୍ଟର ସହରର ଏକ କାରଖାନାରେ ୧୯୨୧ ମସିହାରେ ତିଆରି ହୋଇଥିଲା । ୧୯୯୪ରେ ଉକ୍ତ ଟ୍ରେନର ଇଞ୍ଜିନ୍ ବଦଳା ଯାଇଥିଲାୟ ଟ୍ରେନ୍ଟିରେ ଦୈନିକ ୧ ହଜାରରୁ ଊଦ୍ଧ୍ୱର୍ ଯାତ୍ରୀ ଯାତାୟାତ କରୁଥିବାବେଳେ ଏହାର ଘଣ୍ଟାପ୍ରତି ବେଗ ୨୦ କିମି ରହିଛି । ଟ୍ରାକର ଦୁରବସ୍ଥା ଦେଖି ଏକ୍ସପ୍ରେସକୁ ଦୁଇ ଥର ବନ୍ଦ କରା ଯାଇସାରିଲାଣି । କିନ୍ତୁ ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ, ଏହି ଟ୍ରାକରେ ଉକ୍ତ ଟ୍ରେନଟି ଚଳାଚଳ କରୁଛି । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାକୁ କିଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ମାତ୍ର ଏହା ଦ୍ୱାରା ଅନେକ ଅସୁବିଧା ସୃଷ୍ଟି ହେବାର ଆଶଙ୍କା କରି ଆଜିପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ ।


