ଗଞ୍ଜାମ ଜିଲ୍ଲାପାଳଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ ଜିଲ୍ଲାପାଳ ବୁଧବାର ଛତ୍ରପୁର ବ୍ଲକ ପରିଦର୍ଶନ କରି ବ୍ଲକ ପରିସରରେ ଥିବା ଓଡ଼ିଶା ଜୀବନ ଜୀବିକା ମିଶନ, ଜଳ ଓ ପରିମଳ ବିଭାଗର କାର୍ଯ୍ୟାଳୟ, ରେକର୍ଡ଼ ରୁମ୍‌,ଭିଡିଓ କନଫରେନ୍ସ ହଲ ବୁଲି ଦେଖିଥିରେ । ଏହି ପରିଦର୍ଶନ ବେଳେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ନିରଜଂନ ପଣ୍ଡା, ଜିପିଇଓ ସହଦେବ ମହାରଣା, କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରା ଓପ୍ରଫୁଲ ବେହେରା , ଓଡିଶା ଜିବିକା ମିଶନର ବ୍ଲକ ସଂଯୋଜିକା ମାନିନୀ ଜେନା ଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ସେହିପରି ଜିଲ୍ଲାପାଳ ଛତ୍ରପୁର ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟକୁ ପରିଦର୍ଶନ କରି କାର୍ଯ୍ୟାଳୟ ପରିସରରେ ଥିବା ସୁପରଭାଇଜରମାନଙ୍କୁ ଅଧିକାଂଶ ସମୟ କ୍ଷେତ୍ର ପରିଦର୍ଶନ କରିବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନବେଳେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଗଞ୍ଜାମ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ମାମଲାଗୁଡ଼ିକର ଯାଂଚ କରିବା ସହ ବିଭିନ୍ନ କୋôଠୀ ବୁଲି ଦେଖିଥିଲେ । ଏହି ପରିଦର୍ଶନ ବେଳେ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସକାଳ ୮ଟାରେ ଜିଲ୍ଲାପାଳ ଛତ୍ରପୁର ସ୍ଥିତ ଜିଲ୍ଲା ସବ୍ ରେଜିଷ୍ଟର କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ଦଲିଲ ଦେଖିବା ସହ ଇ-ରେଜି ଷ୍ଟେସନ ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ତାଦାରଖ କରିଥିଲେ । ଏହି ପରିଦର୍ଶନ ବେଳେ ସବ୍ ରେଜିଷ୍ଟର ତଥା ଡେପୁଟି କଲେକ୍ଟର ବିଶ୍ୱମ୍ବର ରଥଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପରେ ଲୋଏର ବସଷ୍ଟାଣ୍ଡ ସ୍ଥିତ ବିଭିନ୍ନ ଦୋକାନ କୁ ଦୋକାନ ବୁଲି କୋଭିଡ ନୀୟମ ଏବଂ ସ୍ୱଚ୍ଛତା ସଂପର୍କରେ ସଚେତନତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ