ଶିକ୍ଷକଙ୍କ ବିଭିନ୍ନ ଦାବି ପୂରଣ ପାଇଁ ବିଂଝାରପୁରରେ ବିକ୍ଷୋଭ

ବିଂଝାରପୁର,(ପ୍ରଦୀପ କୁମାର ମଲ୍ଲିକ): ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଦିବା ୧୦ ଘଟିକା ସମୟରେ ଓଷ୍ଟା ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ବେହେରାଙ୍କ ସଭାପତିତ୍ୱରେ ବିଂଝାରପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଶିକ୍ଷକମାନଙ୍କ ବିଭିନ୍ନ ନ୍ୟାୟସଙ୍ଗତ ଦାବି ସମ୍ବନ୍ଧରେ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବା ସହ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷା ବ୍ୟବସ୍ଥାର ଉନ୍ନତି ଏବଂ ଶିକ୍ଷକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଦାବିଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ମଧ୍ୟ ଦାବି ଉଠିଥିଲା।ଉକ୍ତ ସଭାରେ ଓଷ୍ଟା ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର, ମୁଖ୍ୟ ଅତିଥି ତଥା ଯୁବ ସମାଜସେବୀ ପଦ୍ମାକର ଗୁରୁ ଏବଂ ମୁଖ୍ୟ ବକ୍ତା ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଶିକ୍ଷକମାନଙ୍କର ବିଭିନ୍ନ ଦାବି ସମ୍ବନ୍ଧରେ ଆଲୋଚନା କରିଥିଲେ। ସଭାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଆର୍ଯ୍ୟନାରାୟଣ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସାନମାନିତ ଅତିଥି ରତିକାନ୍ତ ସାମଲ, ସର୍ବେଶ୍ୱର ରାଉତ, ଭରତ ଚନ୍ଦ୍ର ନାୟକ, ମିହିର କୁମାର ରାଉତ, ଓଷ୍ଟା ଉପସଭାପତି ମୀନକେତନ ପୁହାଣ, ସୁବାଷ ଚନ୍ଦ୍ର ରାଉତ, ରତିକାନ୍ତ ନାୟକ, ପବିତ୍ର ମୋହନ ଦାସ, ବୈକୁଣ୍ଠ ନାଥ ମହାନ୍ତି, ଉତ୍କଳ ବାରିକ, ନିଶାକର ସାହୁ, ପ୍ରମୋଦ କୁମାର ବେହୁରିଆ, କୃଷ୍ଣ ଚନ୍ଦ୍ର ଦେବତା, ଅଜିତ କୁମାର ଓଝା, ରାମ ଚନ୍ଦ୍ର ମାରାଣ୍ଡି ସମେତ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରି ସଭାକୁ ସଫଳମଣ୍ଡିତ କରିଥିଲେ। ଶେଷରେ ଶିକ୍ଷକ ସମାଜର ଐକ୍ୟ, ସଂଗଠନର ଦୃଢତା ଓ ଦାବି ପୂରଣ ପାଇଁ ସମସ୍ତେ ଏକାଠି ହୋଇ ସଂଘର୍ଷକୁ ଆହୁରି ଜୋରଦାର କରିବାକୁ ମତ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ