ବିଦ୍ୟାଳୟରେ ଛାତ୍ରଙ୍କୁ ମାଡ଼ ଅଭିଯୋଗ, ଥାନା ଓ ବିଇଓଙ୍କ ନିକଟରେ ଫେରାଦ

ପାତ୍ରପୁର,(ୱାଇଏନଏସ): ପାତ୍ରପୁର ବ୍ଲକ ଅନ୍ତର୍ଗତ ବୁରାତାଲ ଆଦିବାସୀ ବିଦ୍ୟାପୀଠର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟ ରେ ମାଡ଼ ମରାଯାଇଥିବା ଅଭିଯୋଗକୁ ନେଇ ଜରଡ଼ା ଥାନା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଦେଖାଦେଇଛି। ବୁରାତାଲ ଗ୍ରାମର ଗୋବିନ୍ଦ ବଡମୁଣ୍ଡି ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ପୁଅ ବିବେକ ବଡମୁଣ୍ଡି ବୁରାତାଲ ଆଦିବାସୀ ବିଦ୍ୟାପୀଠର ନବମ ଶ୍ରେଣୀର ଛାତ୍ର। ଗତକାଲି ପ୍ରାର୍ଥନା ସମୟରେ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରି ସେ ପୋଲିସ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସମ୍ପୃକ୍ତ ଛାତ୍ର ବାରମ୍ବାର ଶୃଙ୍ଖଳାଭଙ୍ଗ କରୁଥିବାରୁ ତାଙ୍କୁ କେବଳ ସତର୍କ କରାଯାଇଥିଲା। କୌଣସି ପ୍ରକାର ଶାରୀରିକ ଆକ୍ରମଣ କିମ୍ବା ମାଡ଼ ମରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି। ଛାତ୍ରଜଣକ ପରେ ବିଦ୍ୟାଳୟର ପାଚେରୀ ଡେଇଁ ଘରକୁ ଚାଲିଯାଇଥିବା ମଧ୍ୟ ସେ କହିଛନ୍ତି। ଅଭିଯୋଗ ପାଇବା ପରେ ଜରଡ଼ା ପୋଲିସ ଉଭୟ ପକ୍ଷଙ୍କୁ ଡାକି ଥିବା ବେଳେ ଘଟଣାର ତଦନ୍ତ କଲେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ