ପରିବେଶ ସୁରକ୍ଷା ପାଇଁ ମନ୍ତ୍ରୀ ଆରୁଖ ସମସ୍ତ ଙ୍କୁ ଶପଥ ପାଠ କରାଇଲେ l
ଭଞ୍ଜନଗର ,(ସନ୍ତୋଷ କୁମାର ଜେନା): ଗତକାଲି ଜଙ୍ଗଲ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜଗନ୍ନାଥ ପ୍ରସାଦ ବ୍ଲକ ଚଢ଼େୟାପଲ୍ଲୀ ଠାରେ ସ୍ୱଛତା ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି l ଏହି ଅବସରରେ ମନ୍ତ୍ରୀ ନିଜେ ସଫେଇ କାର୍ଯ୍ୟ କରି ଲୋକମାନଙ୍କୁ ସଚେତନତା କରାଇଥିଲେ l ଏଥିସହ ପରିବେଶ ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହାପରେ ଶିଶୁଣ୍ଡା ଖେଳପଡିଆ ଠାରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ଆରୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପରିବେଶ ର ସୁରକ୍ଷା କରିବାକୁ ହେଲେ ଅଧିକ ରୁ ଅଧିକ ଚାରାରୋପଣ କରିବାକୁ ପଡିବ ବୋଲି କହିଥିଲେ l ଏଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ଆରୁଖ ଉପସ୍ଥିତ ଜନସାଧାରଣ ମାନଙ୍କୁ ଆହ୍ୱାନ ଦେଇଥିଲେ l ଏହା ପୂର୍ବରୁ ଚଢ଼େୟାପଲ୍ଲୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ରେ ମନ୍ତ୍ରୀ ଚାରାରୋପଣ କରିଥିଲେ l ସଭାଶେଷରେ ପରିବେଶ ସୁରକ୍ଷା ପାଇଁ ମନ୍ତ୍ରୀ ସମସ୍ତଙ୍କୁ ଶପଥ ପାଠ ମଧ୍ୟ କରାଇଥିଲେ l ଏହି ସଭା ରେ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଙ୍କ ସହିତ ଅନେକ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ଯୋଗଦେଇଥିଲେ l ବିଶିଷ୍ଟ ସମାଜସେବୀ ଶୁଳପାଣି ଶତପଥୀ ଏହି ଶଭା କୁ ସଂଯୋଜନା କରିଥିଲେ l