ସିଡ଼ିଏମଓଙ୍କ ହିଞ୍ଜିଳିକାଟୁ ଡ଼ାକ୍ତରଖାନା ପରିଦର୍ଶନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ବିଜୟ କୁମାର ପାଣିଗ୍ରାହୀ ଶନିବାର ହିଂଜିଳି ଗ୍ରସ୍ତରେ ଆସି ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ବିଷୟରେ ପଚାରି ବୁଝିବା ସହ ଚିକିତ୍ସାଳୟର ଅଭାବ ଅସୁବିଧା, ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନ, ନିରାମୟ ଯୋଜନାରେ ରୋଗୀଙ୍କୁ ଔଷଧ ପ୍ରଦାନ କରବିା ପାଇଁ କାର୍ଯ୍ୟରତ ଡ଼ାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ । ଉପଯୁକ୍ତ ଚିକିତ୍ସା ସେବା ମିଳୁଛି କି ନାହିଁ ବୋଲି ରୋଗୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ପରବର୍ତି ସମୟରେ ସ୍ଥାନୀୟ ପୌରଂଚଳ ଆରଏମସି ପରିସରରେ ନିର୍ମାଣଡଧିନ ଥିବା ୮୦ ଶର୍ଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ବୁଲି ଦେଖିଥିଲେ । ଡ଼ାକ୍ତରଖାନା ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପନ କରିବାକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପାଣିଗ୍ରାହୀଙ୍କ ଗ୍ରସ୍ତ ସମୟରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ସାହୁ, ଡ଼ାକ୍ତର ମାଧବ କୁମାର ସାହୁ, ଡ଼ାକ୍ତର ଦୁର୍ଗା ପ୍ରସାଦ ପଣ୍ଡା, ଡ଼ାକ୍ତର ପରିସ୍ମିତା ସାହୁ, ଡ଼ାକ୍ତର ପାର୍ଥ ସାରଥି, ଫାର୍ମାସିଷ୍ଟ କାର୍ତିକେଶ୍ର ସାହୁ ସତ୍ୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଷ୍ଟାପ ନର୍ସ, କର୍ମଚାରୀ ଏବଂ ନିର୍ମଳା ଯୋଜନାରେ ୨ ଜଣ ଝାଡ଼ୁଦାର ନିଯୁକ୍ତି ପ୍ରଦାନ କରିବାକୁ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପାତ୍ର, ଗଂଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ପାଣିଗ୍ରାହୀଙ୍କୁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ