ମାଳତୀରା ଦେବୀସାହିରେ ଶାରଦୀୟ ଦୁର୍ଗା ପୂଜା

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ମାଳତୀରା ଦେବୀ ସାହି ଠାରେ ପ୍ରାୟ ଶହେ ବର୍ଷରୁ ଉଦ୍ଧ୍ୱର୍ ହେବ ଅନୁଷ୍ଠିତ ହୋଇଆସୁଥିବା ଶାରଦୀୟ ଦୂର୍ଗା ପୂଜା ଚଳିତ ବର୍ଷ ମହାସମାରୋହରେ ପାଳିତ ହେଉଛି । ନିକଟସ୍ଥ ଗୋପାଳ ପୋଖରୀରୁ କଳସ ଅଣାଯାଇ ଘଟ ସ୍ଥାପନ କରାଯାଇଥିଲା । ନେପାଳ ଦାସ ମୁଖ୍ୟ କଳସ ଆଣିଥିବା ବେଳେ ପୂଜକ ଭାସ୍କର ଚନ୍ଦ୍ର ଶତପଥି, ସହକାରୀ ଭାବେ ଶଶୀକାନ୍ତ ମହାପାତ୍ର ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି । ଶୁକ୍ରବାର ଷଷ୍ଠାଧିକଳ୍ପ ଓ ବିଲ୍ୱବରଣ, ଶନିବାର ଘଟସ୍ଥାପନ ଓ ସପ୍ତମୀ ବିହିତ ପୂଜା, ରବିବାର ଅଷ୍ଟମୀ ବିହିତ ପୂଜା ଓ ସନ୍ଧି ପୂଜା, ସୋମବାର ନବମୀ ବିହିତ ପୂଜା, ବଳି ଉତ୍ସର୍ଗ, ମଙ୍ଗଳବାର ଦଶମୀ ବିହିତ ପୂଜା, ଅପରାଜିତା ପୂଜା ଓ ପୂର୍ଣ୍ଣାହୂତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦଶହରା ଅବସରରେ ପ୍ରତିବର୍ଷ ପରି ଅନୁଷ୍ଠିତ ହୋଇଆସୁଥିବା ଲାଖବିନ୍ଧା ଉତ୍ସବ ଚଳିତ ବର୍ଷ ମହାଆଡମ୍ବରରେ ପାଳିତ ହେବ ବୋଲି କମିଟିର ସଭାପତି ନାରାୟଣ ଚନ୍ଦ୍ର ସାହୁ, ଉପସଭାପତି ନରହରି ଜେନା, ସଂପାଦକ ସୁଧାଂଶୁ ଶେଖର ମହାନ୍ତି, ସହ ସଂପାଦକ ରମାକାନ୍ତ ଜେନା, କୋଷାଧ୍ୟକ୍ଷ ଅକ୍ଷୟ ଅନନ୍ତ କର ପ୍ରମୁଖ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଉପଦେଷ୍ଟା ରଘୁନାଥ ରଣା, ୱାର୍ଡ ସଭ୍ୟ ନିରାକର ସାହୁ, ପୂର୍ବତନ ସଂପାଦକ ପ୍ରଫୁଲ୍ଲ କୁମାର ସାହୁ, କାହ୍ନୁ ଚରଣ ରାମ, ମୃତ୍ୟୁଞ୍ଜୟ ଦାସ, ସତୀଶ ସାହୁ, ବୁଦ୍ଧିରାମ ଜେନା, ଗୋବିନ୍ଦ ଜେନା, ପଞ୍ଚାନନ ସୁତାର, ଶ୍ରୀଧର ସାହୁ ପ୍ରମୁଖ ସହଯୋଗ କରୁଛନ୍ତି । ଆସନ୍ତା ବୁଧବାର ଭସାଣୀ ଉତ୍ସବ ହେବ ବୋଲି କମିଟି ପକ୍ଷରୁ ଜଣାଯାଇଛି । ସେହିପରି ନିଳୋକ, ତରାଗୋ, ବସନ୍ତିଆ, ଓଡଙ୍ଗ, ପାରାବନ୍ଧ, ସାବିତ୍ରୀଆଡି ଆଦି ସ୍ଥାନରେ ମା’ଙ୍କ ପୂଜା ଚାଲିଥିବା ବେଳେ କେନ୍ଦୁଆପଦା ଫାଣ୍ଡି ଅଧିନ ତୋଡଗାଁର ୩ଟି ଓ ରାମକୃଷ୍ଣପୁର ଠାରେ ମା’ଙ୍କ ପୂଜା ବହୁ ଆଡମ୍ବର ସହକାରେ ଆରମ୍ଭ ହୋଇଛି । ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ସମସ୍ତ ସ୍ଥାନରେ ଦର୍ଶକଙ୍କ ଭିଡ ପରିଲକ୍ଷିତ ହେଉଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ଥାନା ଓ ଫାଣ୍ଡି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ