ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ପଳସା ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଦାସ(୭୧)ଙ୍କର ବୁଧବାର ସକାଳେ ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥାଇ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଥିବା ବେଳେ ବୁଧବାର ସକାଳେ ତାଙ୍କର ପରଲୋକ ଘଟିଛି । ତାଙ୍କ ମର ଶରୀରକୁ ନିଜ ଗ୍ରାମକୁ ଅଣାଯାଇ ଗ୍ରାମ ପରିକ୍ରମା କରାଯିବା ପରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା । ବଡ ପୁଅ ରାହାସ ବିହାରୀ କମଳାକାନ୍ତ ଦାସ ମୁଖାଗ୍ନି ଦେଇଥିଲେ । ସେ ୧୯୭୨ ମସିହାରେ ଛୟାଳସିଂହ ପଞ୍ଚାୟତ ବରହମପୁରସ୍ଥିତ ବିବି ଦାସ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରି ୨୦୧୪ ମସିହାରେ ସେଣ୍ଢତୀରା ପଞ୍ଚାୟତ ବିଂଝା ଉପ୍ରା ବିଦ୍ୟାଳୟରୁ ଅବସର ନେଇଥିଲେ । ସେ ଜଣେ ସୁନାମଧନ୍ୟ ଗଣିତ ଶିକ୍ଷକ ଭାବେ ନିଜର ପରିଚୟ ସୃଷ୍ଟି କରିବା ସହ ପଳସାସ୍ଥିତ ଖଗେଶ୍ୱର ଶିକ୍ଷକ କଲ୍ୟାଣ ସମିତିର ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଖଗେଶ୍ୱର ଶିକ୍ଷକ କଲ୍ୟାଣ ସମିତିର ସମସ୍ତ ସଭ୍ୟ, ଶିକ୍ଷାବିତ୍‌ଙ୍କ ସମେତ ବହୁଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ