ବିଧାୟକ ଓ ବ୍ଲକ ଅଧ୍ୟକ୍ଷଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଲେ ଓକିଲସଂଘ ର କର୍ମକର୍ତ୍ତା ମାନେ

ଛତ୍ରପୁର ,(ଦେବଦତ୍ତ ମହାରଣା ): ଛତ୍ରପୁର ଓକିଲ ସଂଘ ପକ୍ଷରୁ ଚଳିତ ନବବର୍ଷ ଉପଲକ୍ଷେ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଛତ୍ରପୁର ବ୍ଲକ୍ ଏମ୍‌. ଧନଞ୍ଜୟ ରେଡ୍ଡିଙ୍କୁ ସଂଘର ନବନିର୍ବାଚିତ କର୍ମକର୍ତାମାନେ ପୁଷ୍ପଗୁଚ୍ଛ ଦେଇ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ, ସମ୍ପାଦକ ଏଲ୍‌. ଗୋପାଳ ରାଓ, ଉପସଭାପତି ଡ଼ମିନାଥ ସାହୁ, ଲାଇବ୍ରେରୀ ଓ ସେମିନାର୍ ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ, ଆଇନଜୀବ ଚେତନ୍ୟ ପ୍ରଧାନ, ସିମାଂଳଚ ମହାପାତ୍ର, ସଂଜୟ ବେହେରାଙ୍କ ସମେତ ସଂଘର ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ