120 ଜଣ ଙ୍କୁ ଭତ୍ତା ବାଣ୍ଟିଲେ ବିଧାୟିକା
ଚିକିଟି,(କୁରେଶୁ ସାହୁ): ଚିକିଟି ବ୍ଲକ କାର୍ଯ୍ୟାଳୟ ଭିଡ଼ିଓ କଂଫେଶ ହଲ ଠାରେ ଆଜି ସ୍ଥାନୀୟ ବିଧାୟିକା ଉସାଦେବୀ ଭତ୍ତା ବଣ୍ଟନ କରିଛନ୍ତି।ରାମଚନ୍ଦ୍ର ପୁର ଓ କେ ନୂଆଗାଁ ପଂଚାୟତ ର 120 ଜଣ ହିତାଧିକାରୀଙ୍କୁ ଏପ୍ରିଲ ଠାରୁ ଡିସେମ୍ବର ପର୍ଯ୍ୟନ୍ତ 9 ମାସ ର ଭତ୍ତା ଦେଇଛନ୍ତି।ବ୍ଲକ ଅଧ୍ୟକ୍ଷ m ପଦ୍ମା, ପୂର୍ବତନ ଅଧ୍ୟକ୍ଷ m.ନାଗରାଜୁ, bdo ଫାଲଗୁନି ମାଝୀ,ଯୁବ ନେତା ସୁରେନ୍ଦ୍ରମଣ୍ଡଳ, cdpo ମାଧୁରୀ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟାନ୍ୟ ପଂଚାୟତ ର ଭତ୍ତା ସମ୍ପୃକ୍ତ ଅଞ୍ଚଳରେ ଦିଆଯାଇଥିବା ସୂଚନା ମିଳିଛି।କାର୍ଯ୍ୟକ୍ରମ କୁ ସହକାରୀ ଯନ୍ତ୍ରୀ ସୁଶାନ୍ତ ପଟନାୟକ ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚକ୍ରଧର ପାଣିଗ୍ରାହୀ, ପ୍ରଯୋଜନ ପରିଚାଳକ ଶାନ୍ତିଲତା ସାହୁ ପ୍ରମୁଖ ସହଯୋଗ କରିଥିଲେ।


