ବଜ୍ରମହାକାଳୀ ପଂଚାୟତ ହାଇସ୍କୁଲ ୧୯୯୬ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ପଂଚାୟତର ଜରିଆବାଡସ୍ଥିତ ବଜ୍ରମହାକାଳୀ ପଂଚାୟତ ହାଇସ୍କୁଲର ୧୯୯୬ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶିକ୍ଷାବୀତ ପ୍ରଣବ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ,ଶିକ୍ଷକ ପ୍ରଦୀପ କୁମାର ପରିଡା, ବିଜୟ କୁମାର ପରିଡା, ସୈାମେନ୍ଦ୍ର ପରିଡା, ଶିକ୍ଷୟତ୍ରୀ ବବୀତା ରାଉତ, ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ଧଳ ପ୍ରମୁଖ ଯୋଗଦେଇ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଏଭଳି ପ୍ରୟାସ ଦ୍ୱାରା ବିଦ୍ୟାଳୟ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଓ ଶିକ୍ଷକମାନଙ୍କ ପ୍ରତି ସମ୍ମାନବୋଧକୁ ଉଜ୍ଜିବିତ କରି ବା ସହ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କୁ ଏହା ପ୍ରେରଣା ଯୋଗାଇବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉପରୋକ୍ତ ଶିକ୍ଷକମାନଙ୍କ ସହ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କେଶବ ଚନ୍ଦ୍ର ବିଶ୍ୱାଳ, କର୍ମଚାରୀ ଚରଣ ବାରିକ ଓ କୁଳମଣୀ ମଳିକଙ୍କୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପୁଷ୍ପଗୁଛ,ଶାଲ ଓ ପେନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାକ୍ତନ ଛାତ୍ର ପ୍ରଶାନ୍ତ କୁମାର ରାଉତ ଅତିଥି ପରିଚୟ,ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଲକ୍ଷ୍ୟ ଓ ଉଦେଶ୍ୟ ଜ୍ଞାପନ କରିଥିଲେ । ଉପସ୍ଥିତ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଅତିତର ସେହି ଅଭୁଲା ସ୍ମୃତିକୁ ରୋମନ୍ଥନ କରିବା ସହିତ ସେହି ବିଦ୍ୟାଳୟରୁ ଉପଯୁକ୍ତ ଶିକ୍ଷା ପାଇ ଆଜି ସମାଜରେ ପ୍ରତିଷ୍ଠିତ ହୋଇଥିବାରୁ ସ୍କୁଲ ଓ ଶିକ୍ଷକମାନଙ୍କ ଅବଦାନ ସେମାନଙ୍କ ପାଇଁ ଚିରଦିନ ଅଭୁଲା ସ୍ମୃତି ହୋଇ ରହିଥିବ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଉପସ୍ଥିତ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଶଙ୍କଳ୍ପବଦ୍ଧ ହୋଇଥିଲେ । ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସଦାନନ୍ଦ ବିଶ୍ୱାଳ, ସୁବାଷିନୀ ପରିଡା, ଖଗେଶ୍ୱର ମିଶ୍ର, ସତ୍ୟବ୍ରତ ଜେନା, ଶେଷଦେବ ସାମଲ, ସୁଜାତା ବିଶ୍ୱାଳ, ଜ୍ୟୋତିର୍ମୟୀ ପରିଡା, ପୂର୍ଣ୍ଣପ୍ରଭା ପରିଡା, ବିଷ୍ଣୁପ୍ରିୟା ସାହୁ, ଅନିରୁଦ୍ଧ ବିଶ୍ୱାଳ, କମଳାକାନ୍ତ ବିଶ୍ୱାଳ, ଦମୟନ୍ତୀ ଦାସ, ଅନୁସୂୟା ଜେନା, ଲକ୍ଷ୍ମୀପ୍ରୀୟା ମଳିକ, ନମିତା ଜେନା, ଦେବବ୍ରତ ନାୟକ, ରଶ୍ମିରଞ୍ଜନ ଦାସ, ଲକ୍ଷ୍ମୀଧର ମଳିକ, ପଦ୍ମନାଭ ଦାସ, ଗୁରୁଚରଣ ମଳିକ, ଗୋପାଳ ଚନ୍ଦ୍ର ବେହେରା, ଦୁଷ୍ମନ୍ତ ଦାସ, ପ୍ରଦୀପ ଦାସ, ରମେଶ ମଳିକ, ପ୍ରହଲ୍ଲାଦ ଦାସ, ସଞ୍ଜୟ ଦାସ, ମଧୁସ୍ମିତା ଦାସ, ନିରାକାର ମଳିକ, ନାଗେଶ୍ୱର ସାମଲ, ବାବାଜୀ ସାମଲ ଓ ଧରଣୀଧର ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ