ଚୈତନ୍ୟ ମହାରାଜାଙ୍କୁ ଦଳିଦେଲା ଦନ୍ତାହାତୀ

ବୁଗୁଡା,(ଅନିଲ କୁମାର ମହାରଣା): ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳରେ ଜାନୁଆରୀ ୩ ତାରିଖ ଅପରାହ୍ନରେ ଏକ ଦନ୍ତାହାତୀ ଜଣେ ସାଧୁଙ୍କୁ ପାଦରେ ଦଳି ଦେଇଥିବା ଜଣାପଡିଛି । ଭାଗବାନପୁର ସେକ୍ସନ ତାଳସର ବିଟରେ ଏକ ଦନ୍ତାହାତୀ ଏକୁଟିଆ ରହୁଥିବା ବେଳେ ଆଜି ସେହି ହାତୀକୁ ବ୍ୟତିବସ୍ତ ହୋଇ ବୁଲୁଥିବା ଦେଖାଦେଇଥିଲା। ଏହି ଏକୁଟିଆ ଦନ୍ତାହାତୀଟି ଅଳ୍ପ କେତେ ଘଣ୍ଟା ପୂର୍ବରୁ ଜଣେ ବନରକ୍ଷୀଙ୍କୁ ପାଦରେ ଦଳିବା ପାଇଁ ଗୋଡ ଟେକିଥିବା ବେଳେ ବନରକ୍ଷୀ ବୋଲି ଜାଣିବା ପରେ ବନରକ୍ଷୀଙ୍କୁ ଆକ୍ରମଣ ନକରି ଚାଲି ଯାଇଥିଲା । ହେଲେ ସେଠାରୁ ଗଲାପରେ କିଛି ଦୂରରେ ନୂଆଁପଲ୍ଲୀ ରାମପାଦ ଆଶ୍ରମର ସାଧୁ ଚୈତନ ମହାରାଜା(୫୬)ଙ୍କୁ ପାଦରେ ଦଳି ଦେଇଥିବା ବେଳେ ଜଙ୍ଘ ହାଡ଼ ଭାଙ୍ଗି ଥିବା ଜଣାପଡିଛି । ତାଳସର ବନରକ୍ଷୀ ମୁନା ଦାସ ସେହି ଦନ୍ତାହାତୀ ସହ ମୁହାଁମୁହିଁ ହୋଇ ତଳେ ପଡ଼ିଗଲା ପରେ ହାତୀ ପାଡାଟେକି ଦଳିଦେବା ସମୟରେ ଖାକି ପୋଷାକ ଓ ଚିହ୍ନା ମୁହଁ ଦେଖି ଛାଡିଦେଇଥିବା ବେଳେ କିଛି ଦୂରରେ ସାଧୁ ଜଣଙ୍କୁ ଦେଖି ଦଳିଦେଇଛି । ଘଟଣା ସ୍ଥଳରେ ଏସିଏଫ ଶଙ୍କର୍ଷଣ ବେହେରା ଓ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ଥିବା ବେଳେ ଗୁରୁତର ଆହତ ସାଧୁଙ୍କୁ ବୁଗୁଡା ମେଡ଼ିକାଲକୁ ନେଇଥିଲେ । ସାଧୁଙ୍କ ବାମ ଗୋଡ ଜଙ୍ଘ ଭାଙ୍ଗି ଯାଇଥିବା ବେଳେ ତାଙ୍କ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ସାର୍ଥକ ସଙ୍କେତ ବିଶ୍ୱାଳ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ