ପରିବହନ କ୍ଷେତ୍ରରେ ଆସିବ ପରିବର୍ତ୍ତନ: ଡିସେମ୍ବର ପହିଲାରୁ ଦେଶର ସବୁ ଟୋଲ୍ ପ୍ଲାଜାରେ ଲାଗୁ ହେବ ନୂଆ ବ୍ୟବସ୍ଥା
ନୂଆଦିଲ୍ଲୀ: ପରିବହନ କ୍ଷେତ୍ରରେ ଆଗାମୀ ଦିନରେ ବଡ଼ ପରିବର୍ତ୍ତନ ଆସିବ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଏନେଇ ଚିଠି ଲେଖିଛନ୍ତି । ଚିଠି ଅନୁସାରେ ସବୁ ଟୋଲ୍ ପ୍ଲାଜାରେ ସ୍ୱଚ୍ଛତା ଓ ଭିଡ କମାଇବାକୁ ନୂଆ ବ୍ୟବସ୍ଥା ଲାଗୁ କରାଯିବ । ଆଗାମୀ ଡିସେମ୍ବର ପହିଲାରୁ ଦେଶର ସବୁ ଟୋଲ୍ ପ୍ଲାଜାରେ ନୂତନ ବ୍ୟବସ୍ଥା ଆରମ୍ଭ ହେବ । ସେହିଭଳି ଏକ ଦେଶ, ଏକ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା ଲାଗୁ ହେବା ସହ ଇଲୋକ୍ଟ୍ରନିକ୍ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯିବ । ପରିବହନ ମନ୍ତ୍ରାଳୟ ନୂତନ ବ୍ୟବସ୍ଥାରେ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ରାଜ୍ୟପଥରେ ମଧ୍ୟ ନୂତନ ବ୍ୟବସ୍ଥା ଲାଗୁ ହେବ । ଏହି ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଚଳିତ ମାସ ୧୪ ତାରିଖରେ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ରାଜ୍ୟ ସରକାରମାନେ ନିଜର ମତ ରଖିପାରିବେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।


