ମଦ କାଉଣ୍ଟର ନିକଟରେ ଦୁର୍ବୁର୍ତ୍ତ ଭାଙ୍ଗିଲେ ପୋଲିସ ଗାଡି
ଅନୁଗୋଳ, – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ମଦ କାଉଣ୍ଟର ଠାରେ ଦୁର୍ବୁର୍ତ୍ତ ଙ୍କ ପଥର ମାଡରେ ପୋଲିସ ଗାଡି ଭାଙ୍ଗିଥିବାର ସୂଚନା ମିଳିଛି। ଖବର ମୁତାବକ ସ୍ଥାନୀୟ ମଦଦୋକାନ ଠାରେ ଗୁରୁବାର ରାତିରେ ଗଣ୍ଡ ଗୋଳ ହେବାର ଖବର ପାଇ ବଅଁରପାଳ ପୋଲିସ ସେଠାରେ ପହଁଚି ଥିଲା ।ସେଠାରେ ଥିବା ଦୁର୍ବୁର୍ତ୍ତମାନେ ଅତର୍କିତ ଆକ୍ରମଣ କରି ପୋଲିସ ଗାଡିକୁ ଭଙ୍ଗାରୁଜା କରିଥିବାର ସୂଚନା ମିଳୁଛି। ଆକ୍ରମଣ କରିଥିବା ଦୁର୍ବୁର୍ତ୍ତ ମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ପୋଲିସ କାବୁ କରି ଥାନାକୁ ଆଣି ପଚରା ଉଚରା କରୁଛି ବଅଁରପାଳ ପୋଲିସ।


