ନିର୍ବାଚନ ନିର୍ଭୁଲ କାର୍ଯ୍ୟ କରିବା ନେଇ ପରୀକ୍ଷଣ ଆରମ୍ଭ
ଅନୁଗୁଳ ଜିଲ୍ଲାରେ ଚଳିତ ନିର୍ବାଚନ ରେ ଭୋଟ ଗ୍ରହଣ ପାଇଁ ପୁରୁଣା ବାଣିଜ୍ୟକର କାର୍ଯ୍ୟାଳୟ ର ଜିଲ୍ଲା ଷ୍ଟ୍ରଙ୍ଗ ରୁମରେ ଥିବା ୨୭୮୮ ଟି ବାଲାଟ ୟୁନିଟ,୨୭୮୬ ଟି କଣ୍ଟ୍ରୋଲ ୟୁନିଟ ଓ ୩୦୧୦ ଟି ଭି ଭି ପାଟ ର କୋଡିଏ ତାରିଖରୁ ନିର୍ଭୁଲ କାର୍ଯ୍ୟ କରିବା ନେଇ ପରୀକ୍ଷଣ ଆରମ୍ଭ ହୋଇଛି।ଅନୁଗୁଳ ଏନ ଆଇ ସି ଠାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସମ୍ମୁଖରେ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ।ସମସ୍ତ ଇ ଭି ଏମ ଓ ଭି ଭି ପାଟ ମେସିନ ଗୁଡ଼ିକର ଇ ଏମ ଏସ ସଫ୍ଟୱେର ଜରିଆରେ ପରିକ୍ଷଣ କରାଯାଇଛି ଯାହାକୁ ନିର୍ବାଚନ କମିଶନଙ୍କ ୱେବ ସାଇଟ ରେ ଅନଲାଇନ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି।ସମସ୍ତ ଇ ଭି ଏମ ମେସିନ ଜିଲ୍ଲା ଷ୍ଟ୍ରଙ୍ଗ ରୁମରୁ ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାାଳଙ୍କ ଷ୍ଟ୍ରଙ୍ଗ ରୁମ କୁ ସ୍ଥାନାନ୍ତର କରିବା କାମ ଆରମ୍ଭ ହେଲା ଯାହା ଆଜି ସୁଦ୍ଧା ଶେଷ ହେବ।


