ଚାଷ ଜମିରେ ବିଦ୍ୟୁତ ଖୁଂଟ ସ୍ଥାପନକୁ ବିରୋଧ : ନିର୍ବାହୀ ଯନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହୌିଞ୍ଜିଳିକାଟୁ ପୌରାଂଚଳ ନୁଆଁଗଡ଼ ଓ ସ୍ଥାନୀୟ ବ୍ଳକ ସିଙ୍ଗିପୁର ଗ୍ରାମର କିଛି ଚାଷ ଜମିରେ ବିଦ୍ୟୁତ୍ ଖୁଂଟ ସ୍ଥାପନ କରିବାକୁ ମସୁଧା ଚଲାଇଥିବା ବେଳେ ସଂପୃକ୍ତ ଚାଷ ଜମିର ମାଲିକ ମାନେ ଏହାକୁ ବିରୋଧ କରିଛନ୍ତି । ଏ ନେଇ ଗୁରୁବାର ସଂପୃକ୍ତ ଚାଷ ଜମିର ମାଲିକ ମାନେ ହିଞ୍ଜିଳିକାଟୁ ବିଦ୍ୟୁତ୍ ଡ଼ିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ନରୋତମ ପଟ୍ଟନାୟକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ସ୍ଥାନୀୟ ବ୍ଳକ ସୋମପୁର ଗ୍ରାମ ନିକଟସ୍ଥ ରୁଖୀ ନିକଟରେ ଓପିଟିସିଏଲ ଦ୍ୱାରା ସାଉଥ କୋ ତରଫରୁ ଏକ ବିଦ୍ୟୁତ୍ ବିଭାଗୀୟ ଷ୍ଟ୍ରକଚର ନିର୍ମାଣ କରାଯାଉଛି । ଉକ୍ତ ଷ୍ଟ୍ରକଚରକୁ ୧୩୨ କେଭି ଲାଇନ ଖୁଂଟ ଯାହାକି ଘୋଢେଇଶୁଣୀ ପାହାଡ଼ ସମ୍ମୁଖ ଭାଗରେ ରହିଥିବା ରାମଚନ୍ଦ୍ର ନାହାକଙ୍କ ଜମିରେ ଅବସ୍ଥିତ ତାକୁ ସଂଯୋଗ କରାଯିବ । ପୂର୍ବରୁ ଉକ୍ତ ଲାଇନ ମାଣ୍ଡିଆପୁଟ ପାହାଡ଼ ପ୍ୱାଶ୍ୱର୍ ଦେଇ ଯିବାର ରହିଥିଲା । କିଛି ନ୍ୟସ୍ତ ସ୍ୱାର୍ଥ ସମ୍ବଳିତ ବ୍ୟକ୍ତି ମାନଙ୍କ ପ୍ରରୋଚନାରେ ଏହାର ଦିଗ ପରିବର୍ତନ କରାଯିବା ପାଇଁ ସ୍ଥିର କରାଯାଇଛି । ମାଣ୍ଡିଆପୁଟ ପାହାଡ଼ ଉପରେ ଥିବା ୧୩୨କେଭି ଲାଇନ ପୋଲରୁ ମୂଳ ଷ୍ଟ୍ରକଚରକୁ ବିଦ୍ୟୁତ ସଂଯୋଗ ସକାଶେ ବିଦ୍ୟୁତ୍ ତାର ସଂଯୋଗ କରାଯାଉ । ବର୍ତମାନ ଚିହ୍ନଟ କରାଯାଇଥିବା ହୌିଞ୍ଜିଳିକାଟୁ ପୌରାଂଚଳ ନୁଆଁଗଡ଼ ଓ ସ୍ଥାନୀୟ ବ୍ଳକ ସିଙ୍ଗିପୁର ଗ୍ରାମର କିଛି ଚାଷ ଜମିରେ ଷ୍ଟ୍ରକଚର ନିର୍ମାଣ କରାଗଲେ ସଂପୃକ୍ତ ଅଂଚଳର ଚାଷ ଜମି ମାଲିକ ମାନେ କ୍ଷତିଗ୍ରସ୍ତ ହେବେ । ଏହି ପରିପ୍ରେକ୍ଷୀରେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଷ୍ଟ୍ରକଚର ନିର୍ମାଣ କରାଯିବା ସହ ୧୩୨ କେଭି ଲାଇନ ସଂଯୋଗୀକରଣ କରାଯାଉ । ନଚେତ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ଗଢି ଉଠିବ ବୋଲି ସଂପୃକ୍ତ ଅଂଚଳର କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷ ଜମି ମାଲିକ ମାନେ କହିଛନ୍ତି । ଘଟଣା ନେଇ ହିଞ୍ଜିଳିକାଟୁ ବିଦ୍ୟୁତ୍ ଡ଼ିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ନରୋତମ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଶୁକ୍ରବାର ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଦାବି ପତ୍ର ପ୍ରଦାନ ସମୟରେ ଚାଷୀ ରାମଚନ୍ଦ୍ର ନାହାକ, ହାଡ଼ୁ ସେଠି, ଯୋଗିନ୍ଦ୍ର ଗଉଡ଼, ଆନନ୍ଦ ଗଉଡ଼, ସିମାଂଚଳ ବିଷୋୟୀ, ଗୋପାଳ ବିଷୋୟୀ, ଚୌଧୁରୀ ଗଉଡ଼, ଜଗନ୍ନାଥ ଗଉଡ଼, ସୁଦର୍ଶନ ଗଉଡ଼, ନାରାୟଣ ସାହୁ, ଦୟା ଗଉଡ଼, ରାହୁଲ ଗଉଡ଼, ଜୁର ମହାନ୍ତିଙ୍କ ସମେତ ୨୦ରୁ ଉର୍ଦ୍ଧ୍ୱ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ