ପ୍ରତିଷ୍ଠା ଦିବସ ପାଳନ କଲା ଆରଏସ୍ଏସ୍
(ଯୁଗାଦ୍ଦନ୍ୟୁଜ)ମଙ୍ଗଳ ବାର ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସ୍ଏସ୍) ପାଳନ କରିଛି ୯୪ତମ ପ୍ରତିଷ୍ଠା ଦିବସ । ୧୯୨୫ ମସିହା ସେପ୍ଟେମ୍ବର୨୭ରେ ସ୍ଥାପିତ ହୋଇଥିବା ଏହି ସଂଘ ଏବେ ମହା ଦୃମରେ ପରିଣତ ହୋଇଛି । ଏହି ସ୍ୱେଚ୍ଛାସେବୀ ସଂଗଠନ ସାମାଜିକ ସେବା ସହ ଭାରତୀୟ ରାଜନିତୀକୁ ଦୀଷା ଦେଉଛି । ବର୍ତ୍ତମାନ ସରକାରେ ଥିବା ବିଜେପି ର ଅନେକ ଆଗଦାଢିର ନେତା ଏହି ସଂଗଠନରୁ ଆସିଛନ୍ତି । କେଶବ ବଳିରାମ ହେଡଗେବାରଙ୍କ ଆରମ୍ଭ କରିଥିବା ଏହି ସଂଗରେର ହଜାର ହଜାର କାର୍ଯ୍ୟକତ୍ତା ଏବେ ଭାରତର ବିଭିନ୍ନ ପ୍ରାନ୍ତରେ ସଂଗଠନ ପାଇଁ କାର୍ଯ୍ୟରତ ।


