ହତ୍ୟା କାଣ୍ଡର ପର୍ଦାଫାସ , ଅଭିଯୁକ୍ତମହିଳା ଗିରଫ କଳାହାଣ୍ଡି ଜିଲ୍ଲା ଏସ.ପି ଙ୍କ ପ୍ରେସମିଟ

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ଗତ୪ତାରିଖ ଦିନ ହୋଇଥିବା ହତ୍ୟା ଘଟଣାର ଆଜି ଧର୍ମଗଡ଼ ପୋଲିସ ପର୍ଦାଫାସ କରିଛି।ଏନେଇ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରାବଣାବିବେକ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି।ସୂଚନା ମତେ ଗତ ୪ତାରିଖ ଦିନ ଦାବ୍ରିପଦର- ବୋଡେ଼ନ କେନାଲ ନିକଟରେ ଧର୍ମଗଡ଼ ଥାନା ଘୁମର ଗ୍ରାମର ଲିଲାନିଧି ସୁନାନୀ (୨୯) ଙ୍କ ମୃତ ଦେହ ଠାବ ହୋଇଥିଲା।ଧର୍ମଗଡ଼ ପୋଲିସ ଘଟଣା କୁ ଗୁରୁତ୍ୱ ସହ ତଦାରଖ ଜାରି ରଖି ଶେଷରେ ଅଭିଯୁକ୍ତା ଘୁମର ଗାଁର କାନ୍ତି କୋଶି (୩୨) କୁ ଗିରଫ କରିଛି।ତେବେ ଏହା ଏକ ପ୍ରେମ ପ୍ରତାରଣ ଓ ଆର୍ଥିକ କାରବାର ଜନିତ ହତ୍ୟା ବୋଲି ପ୍ରେସମିଟରେ ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରକାଶ କରିଛନ୍ତି।ଏଥିସହ ହତ୍ୟା ରେ ବ୍ୟବହାରିତ ପଥର,ମୋବାଇଲ,ଛୁରୀ ଓ ସୁନା ପୋଲିସ ଜବତ କରିଥିବା ଜଣାପଡ଼ିଛି।ଧର୍ମଗଡ଼ ଉପଖଣ୍ଡ ପୋଲିସ ଆରକ୍ଷୀ ନାରାୟଣ ନାୟକ ଙ୍କ ତତ୍ତ୍ୱାବଧାନରେ ଏସ ଆଇ ଟୁନା ସେଠି,ଓ :ଆଇ :ସି ତଦାରଖ କରିଥିଲେ।ତେବେ ଜିଲ୍ଲା ରେ ପ୍ରଥମ ଭାବେ ଜଣେ ମହିଳା ହତ୍ୟାକାଣ୍ଡ ଘଟାଇ ଥିବା ନେଇ ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ