ଛୟାଳସିଂ ବଜାରରୁ ବ୍ରାଉନ୍ ସୁଗାର ଜବତ; ଜଣେ ଗିରଫ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକରେ ପ୍ରଥମ କରି ବ୍ରାଉନ୍ ସୁଗାର କାରବାର ହେଉଥିବା ପ୍ରମାଣ ପୋଲିସ ହାତରେ ଲାଗିଛି । ଗୁରବାର ସନ୍ଧ୍ୟା ସମୟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଛୟାଳସିଂ ବଜାର ଅଞ୍ଚଳରେ ଜଣେ ଯୁବକ ବ୍ରାଉନ୍ ସୁଗାର ବିକ୍ରି କରୁଥିବା ବେଳେ ପୋଲିସ ହାତରେ ଧରା ପଡିଛି । ପ୍ରକାଶ ଯେ, ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଛୟାଳସିଂ ବଜାର ଠାରେ ବ୍ରାଉନ୍ ସୁଗାର ବିକ୍ରି ସଂପର୍କରେ ଖବର ପାଇଥିଲା । ଆଇଆଇସି ମିନା ବିନ୍ଧାଣୀଙ୍କ ନିେର୍ଦ୍ଦେଶ କ୍ରମେ ସବ୍ ଇନ୍ସପେକ୍ଟର ପ୍ରସାଦ କୁମାର ଜେନା, କନେଷ୍ଟବଳ ସତ୍ୟ ରଞ୍ଜନ ଭ୍ରୂୟାଁ, ଅକ୍ଷୟ ପରିଡା, ଉମେଶ ପୂର୍ତ୍ତି ସେଠାରେ ପହଞ୍ôଚ ଥିଲେ । ଛୟାଳସିଂ ପଞ୍ଚାୟତ ଅଫିସ ପଛ ପାଖରେ ଜଣେ ଯୁବକ ସନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ପୋଲିସ ତାକୁ କାବୁ କରିବା ସହ ତାଠାରୁ ୧୧ ଗ୍ରାମ୍ ୧୦୩ ମିଲିଗ୍ରାମ ବ୍ରାଉନ୍‌୍ ସୁଗାର ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ଅନୁମାନ କରିଛି । ଏନେଇ ଥାନାରେ କେସ ନଂ-୭/୨୧ରେ ମାମଲା ରୁଜ୍ଜୁ ହୋଇ ସଂପୃକ୍ତ ଯୁବକକୁ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ