ପୁରାତନ ଛାତ୍ର ସଂସଦ ତରଫରୁ ଟାଙ୍ଗଣାପଲ୍ଲୀରେ ଗରୀବ ଜନସାଧାରଣଙ୍କୁ ଶୀତ ବସ୍ତ୍ର ବଣ୍ଟନ
ଛତ୍ରପୁର,(ଦେବଦତ୍ତ ମହାରଣା): ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ବର ବିଦ୍ୟପୀଠର ପୁରାତନ ଛାତ୍ର ସଂସଦ ତରଫରୁ ଶନିବାର ଦିନ ଗରୀବ ଜନସାଧାରଣଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସରପଞ୍ଚ ପ୍ରକାଶ ବିଷୋୟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା, ଅଞ୍ଚଳର ବରିଷ୍ଠ ଶିକ୍ଷା ବିତ୍ ଲକ୍ଷ୍ମୀ ନାରାୟଣ ଶତପଥୀ, ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ବିପ୍ରଚରଣ ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମନାରାୟଣ ପଣ୍ଡା ,ବରିଷ୍ଠ ଶିକ୍ଷୟତ୍ରୀ ମୀନା କୁମାରୀ ଦାଶ ଉପସ୍ଥିତ ରହି ଶୀତବସ୍ତ୍ର ବିତରଣ କରିଥିଲେ ।ଗ୍ରାମର ୬୦ଜଣ ଗରୀବ ଜନସାଧାରଣଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା ।ପୂର୍ବତନ ଛାତ୍ର ସଂସଦର ଏତାଦୃଶ ଜନହିତକାରୀ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଥିଲା । ଛାତ୍ର ସଂସଦ ତରଫରୁ ରାଜୀବ ବିଷୋୟି, ସୁରେନ୍ଦ୍ର ଦାଶ, ସଂଜୟ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।