ଜବରଦଖଲ ନେଇ ତହସିଲଦାରଙ୍କୁ ଭେଟିଲେ ଗ୍ରାମବାସୀ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଛତ୍ରପୁର ତହସିଲ ଅନ୍ତର୍ଗତ ସାନ ନୋଳିଆନୂଆଗାଁ ଓଡ଼ିଆରପି କଲୋନୀବାସିନ୍ଦା ମାନେ ବୁଧବାର ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଛତ୍ରପୁର ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମର ରାମେଶ୍ୱର ମନ୍ଦିର ରାସ୍ତା ପଟ ଓଡ଼ିଆରପି କଲୋନୀର ବାରିପଟର ସମସ୍ତ ସରକାରୀ ଜମିକୁ କେତେକ ବ୍ୟକ୍ତି ଜବରଦଖଲ କରି ଘର ନିର୍ମାଣ କରିଛନ୍ତି । ଯାହା ଫଳରେ ଗ୍ରାମର ଲୋକମାନେ ଯାତାୟତରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାମେଶ୍ୱର ମନ୍ଦିର ରାସ୍ତା ପାଶ୍ୱର୍ରେ ଜବର ଦଖଲ କରିଥିବା ବ୍ୟକ୍ତିମାନେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ମାଛ ମାରିବା ରାସ୍ତାରେ ଯିବା ଆସିବା କରିବାକୁ ଦେଉ ନାହାନ୍ତି ତେଣୁ ସମସ୍ତ ମତ୍ସ୍ୟଜୀବୀ ମାନେ ଜୀବନ ଜୀବିକାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏହାର ସମାଧାନ ନିମନ୍ତେ ଆଜି ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ସାକ୍ଷାତ କରି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନପନ୍ଥା ଗ୍ରହଣ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଏ. ଗୁରେୟା, ଡ଼ି. ଏଙ୍କୋମା, ଏ. ତାରିଣେୟା, ଟି. ଗୁରୁମ୍ମା, ଏସ୍‌. ଲକ୍ଷ୍ମୀ, ଏ. ଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷରେ ତହସିଲଦାର ଶ୍ରୀ ଭୋଇ ଏହି ଘଟଣା ନେଇ ତଦନ୍ତ କରିବା ନିମନ୍ତେ ପୋଡ଼ାପଦର ଆରଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ