ହାପି ବର୍ଥ ଡେ ରାକୁଲ ପ୍ରୀତ ସିଂ
ସାଉଥ ଇଣ୍ଡଷ୍ଟ୍ରିରୁ ବଲିଉଡ ପର୍ଯ୍ୟନ୍ତ ସବୁଠି ନିଜର ଅଭିନୟ ଯାଦୁରେ ଫ୍ୟାନ ମାନଙ୍କୁ ବାନ୍ଧି ରଖିପାରିଥିବା ରାକୁଲ ପ୍ରୀତଙ୍କର ଆଜି ୨୯ତମ ଜନ୍ମଦିନ । ଆସନ୍ତୁ ରାକୁଲ ପ୍ରୀତଙ୍କ ସମ୍ପର୍କରେ ଜାଣିବା –
– ଦିିଲ୍ଲୀରେ ଜନ୍ମଗ୍ରହଣ କରିଥିବା ରାକୁଲ ପ୍ରୀତି ଉଭୟ ହିନ୍ଦୀ, ତେଲୁଗୁ. ତାମିଲ ଓ ଚାମିଲ ଫିଲ୍ମରେ ନିଜର ଅଭିନୟ ଯାଦୁ ଦେଖାଇଥିଲେ । ସେ ତାଙ୍କର ହଟ ଫିଗର ଓ କ୍ୟୁଟ ହସ ଦ୍ୱାରା ଫ୍ୟାନ ମାନଙ୍କୁ ଦିୱାନା କରିଥାନ୍ତି ।
– ଏହି ଅଭିନନେତ୍ରୀ ଜଣକ ସାଉଥ ଫିଲ୍ମ ଇଣ୍ଡଣ୍ଟ୍ୀର ପ୍ରାୟ ସମସ୍ତ ଅଭିନେତାଙ୍କ ସମେତ ବଲିଉଡର ନାମୀଦାମି ଅଭିନେତାଙ୍କ ସହ ରୋମାନ୍ସ କରିଥିବା ଦେଖିବାକୁ ମିଳିଛି ।
– ହିନ୍ଦି ସିନେମା ଦେ ଦେ ପ୍ୟାର ଦେ ଙ୍ରୋକୁଲ ପ୍ରୀତଙ୍କୁ ଅଜୟ ଦେବଗନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା ।
– ରାକୁଲ ପ୍ରୀତି ପଞ୍ଜାବୀ ଅଟନ୍ତି ଓ ସେ ତାଙ୍କର ପିଲାଦିନ ଦିଲ୍ଲୀରେ ଅତିବାହିତ କରିଛନ୍ତି । ସେ ତାଙ୍କର ପ୍ରାଥମିକ ଶିକ୍ଷା ଆର୍ମୀ ପବ୍ଲିକ ସ୍କୁଲରେ ସମାପ୍ତ କରିବା ପରେ ଦିଲ୍ଲୀ ୟୁନିଭର୍ସିଟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।
– ମଡେଲର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିବା ରାକୁଲ ପ୍ରୀତ ୨୦୦୯ ମସିହାରେ ପ୍ରଥମେ କନ୍ନଡ ଫିଲ୍ମ “ଗୀଲ”ରୁ ନିଜର ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିଲେ ।
-୨୦୧୧ ମସିହାରେ ସେ ମିସ ଇଣ୍ଡିଆର ଫେମିନାରେ ପାଞ୍ଚ ଜଣ ମଧ୍ୟରେ ରହିଥିଲେ । ସେ ମିସ ଫ୍ରେସ, ଫେମିନା ମିସ ବିୟୁଟିଫୁଲ, ଫେମିନା ମିସ ଟ୍ୟାଲେଣ୍ଟଡ ଆଦି ସମ୍ମାନ ପାଇଥିଲୋ
– ରାକୁଲ ନିଜର ୧୦ ବର୍ଷର କ୍ୟାରିଅର ମଧ୍ୟରେ ୨୮ରୁ ଅଧିକ ଫିଲ୍ମରେ ନଜର ଆସିଛନ୍ତି । ମିଲାପ ମିଲନ ଜାବେରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ମରଜାୱାରେ ନଜର ଆସିବେ । ଏଥିରେ ତାଙ୍କ ସହ ରିତେଶ ଦେଶମୁଖ, ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ନଜର ଆସିବେ ।


