ଜିଲ୍ଲାପାଳ ଙ୍କ ପରାମର୍ଶ କ୍ରମେ ସଫା ହେଲା ପୁରୁଣା ସ୍କୁଲ
ଚିକିଟି,(କୁରେଶୁ ସାହୁ): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ସୋମବାର ଚିକିଟି ବ୍ଲକ ମାଧବନ୍ଧ ଉତ୍କଳମଣୀ ହାଇସ୍କୁଲ ପରିଦର୍ଶନ ରେ ଆସି ପିଲାଙ୍କ ପାଠ ପଢ଼ା ର ସମୀକ୍ଷା କରିଥିଲେ।ଛାତ୍ର ଛାତ୍ରୀ ଙ୍କ ସହ ବର୍ତ୍ତମାନ ର ପାଠ୍ୟ କ୍ରମ ଓ ଶିକ୍ଷାଦାନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।ଏବଂ ବିଦ୍ୟାଳୟ ର ପରିମଳ ବ୍ୟବସ୍ଥା କୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଉକ୍ତ ସ୍କୁଲରେ 307 ଜଣ ବିଦ୍ୟାର୍ଥୀ ପଢ଼ୁଥିବା ବେଳେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟି 100 ମିଟର ଦୂରତ୍ୱ ରେ ମିଶ୍ରଣ ନୀତି ରେ 2018 ରେ ହାଇସ୍କୁଲ ରେ ସଂଯୁକ୍ତ ହୋଇଥିଲା।ତେଣୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପୁରୁଣା କୋଠା ପରିଦର୍ଶନ କରି ଅବ୍ୟବହୃତ ଫଳରେ ଅପରିଷ୍କାର ଥିବା ଦେଖି ସଫା କରିବା ପାଇଁ ବି ଇ ଓ ଙ୍କୁ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ବି ଇ ଓ କୋରେଶ ସେଠି, ଏ ବି ଇ ଓ ପ୍ରଭଞ୍ଜନ ପଣ୍ଡା, ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପାତ୍ର, ସି ଆର ସି ସି ବଳରାମ ବେହେରା ,ପିତାତଳି ପଂଚାୟତ ସରପଞ୍ଚ ନିର୍ମଳା ସେଠି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରୁଣା କୋଠା ଓ ପରିସର ର ଅଳିଆ ଆବର୍ଜନା କୁ ନିର୍ମଳ କରାଯାଇଛି। ସେଠାରେ ଇନଡୋରଗେମରୁମ,ଲାଇବ୍ରେରୀ ରୁମ, ଟି ଏଲ ଏମ ରୁମ କିଚେନ ଗାର୍ଡେନ ସହ ବିଭିନ୍ନ ଔଷଧୀୟ ବୃକ୍ଷ ଲଗାଇବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରି,କର୍ମଚାରୀ, ଗ୍ରାମ ର ଉତ୍ସାହି ଯୁବକ ମାନେ ସଫାଇ ରେ ସହଯୋଗ କରିଥିଲେ। ଏଭଳି ଭାବେ ବନ୍ଦ ହୋଇଥିବା ସ୍କୁଲ ର କୋଠା କୁ ଶିକ୍ଷକ, ଗ୍ରାମବାସି ଅଭିଭାବକ ମିଶି ଉପଯୁକ୍ତ ବ୍ୟବହାର ରେ ଲଗାଇଲେ ନଷ୍ଟ ହେବା ପରିବର୍ତେ ସରକାରୀ ଅର୍ଥ ର ସଦୁପଯୋଗ ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନେ ଆଲୋଚନା କରିଛନ୍ତି।


